ଭୁବନେଶ୍ୱର : କାର୍ଯ୍ୟରେ ଅବହେଳା ଏବଂ କର୍ତ୍ତବ୍ୟରେ ତ୍ରୁଟି ଅଭିଯୋଗରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଆଇଆଇସି ଗୟାନନ୍ଦ ଶାହଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ବୁଧବାର ଏନେଇ ଏକ ଆନୁଷ୍ଠାନିକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସୂଚନା ଅନୁଯାୟୀ ସରକାରୀ କାର୍ଯ୍ୟ ସମ୍ପାଦନରେ ଅବହେଳା, କର୍ତ୍ତବ୍ୟରେ ତ୍ରୁଟି ଏବଂ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଓଡିଶା ପୋଲିସ୍ ମାନୁଆଲ ରୁଲ (PMR-1940) ର ନିୟମ ୮୪୦ ଅନୁଯାୟୀ ତାଙ୍କୁ ତତ୍କାଳ ନିଲମ୍ବିତ କରାଯାଇଛି। ନିଲମ୍ବନ ଅବଧି ସମୟରେ ସେ ଭୁବନେଶ୍ୱର-କଟକ ପୋଲିସ କମିଶନରଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ।
ଓଡ଼ିଶା ସର୍ଭିସ କୋଡ୍ର ନିୟମ-୯୦ ଅନୁଯାୟୀ ତାଙ୍କୁ ନିଲମ୍ବନ ସମୟର ଭତ୍ତା (S.A. ଏବଂ D.A.) ମିଳିବ।