ପୁରୀ : ଆଜିର ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା ଶେଷ ହୋଇଛି। ଆଜି ଗୁରୁବାର ଦିନ ୧୧ଟା ୨୬ ମିନିଟରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୩୬ ମିନିଟ୍ ପର୍ଯ୍ୟନ୍ତ ଏହି ଗଣତିମଣତି କାର୍ଯ୍ୟ ଚାଲିଥିଲା।ଗଣତିମଣତି ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସ୍ୱାଭାବିକ ରହିଥିଲା ଏବଂ ଭକ୍ତମାନେ ବାହାର କାଠ ନିକଟରୁ ଦର୍ଶନ କରିଥିଲେ।
ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଉଚ୍ଚସ୍ତରୀୟ ତଦାରଖ କମିଟି, ରତ୍ନ ବିଶେଷଜ୍ଞ ଏବଂ ସ୍ୱତନ୍ତ୍ର ଟିମଙ୍କ ଉପସ୍ଥିତିରେ ଭିତର ରତ୍ନଭଣ୍ଡାରର ଅଳଙ୍କାର ଗଣତି ଓ ଓଜନ କରାଯାଇଛି। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି ସହ ୩ଡି ମ୍ୟାପିଂ କରାଯାଉଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି ଯେ ଆଜି ମୋଟାମୋଟି ଭାବେ ୩ ଘଣ୍ଟା ୧୦ ମିନିଟ୍ ଧରି ଗଣତିମଣତି ହୋଇଛି। କାଲି ପୁନର୍ବାର ଗଣତିମଣତି ହେବ, ବାହାର କାଠ ନିକଟରୁ ଦର୍ଶନ କରିବେ ଭକ୍ତ । ଗଣତିରେ ସମୟ ଲାଗୁଛି, କାରଣ ଗୋଟିଏ ଅଳଙ୍କାରରେ ଅନେକ ରତ୍ନ ରହିଛି । ତେଣୁ ପ୍ରତିଟି ଅଳଙ୍କାରର ଗଣତି କଷ୍ଟସାଧ୍ୟ ଓ ସମୟ ସାପେକ୍ଷ ।
ଆସନ୍ତାକାଲି (ନଭେମ୍ବର ୨୭) ସକାଳ ଧୂପ ନୀତି ଶେଷ ହେବା ପରେ ପୁଣିଥରେ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ।