ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ପୋଲିସର ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । କାମାକ୍ଷାନଗର ଏସଡିପିଓ ସ୍ନେହାଶିଷ ସାହୁଙ୍କ ନେତୃତ୍ୱରେ ଆଜି ଅପରାହ୍ନରେ ଏହି ଫ୍ଲାଗମାର୍ଚ୍ଚ ବାହାରି ସହର ପରିକ୍ରମା କରିଥିଲା । ବିଶେଷ କରି ଆସନ୍ତା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା , ଅବାଧ ନିଶା କାରବାର ଉପରେ ରୋକ ଲଗାଇବା ,ବେଆଇନ ଟଙ୍କା ବଣ୍ଟନ ଉପରେ ନଜର ରଖିବା ଇତ୍ୟାଦି ସଚେତନତା ପାଇଁ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଏଥିରେ କାମାକ୍ଷାନଗର ପୋଲିସ ସହ ତ୍ରିପୁରାରୁ ଆସିଥିବା ୮ ସେକ୍ସନ ତ୍ରିପୁରା ଷ୍ଟେଟ ରାଇଫଲର ଟିମ ସହରର ୭.୫ କିଲୋମିଟର ଫୁଟମାର୍ଚ୍ଚ କରି ଲୋକଙ୍କୁ ସଚେତନତା କରିଥିଲେ । ଏବଂ ଆଗାମୀ ନିର୍ବାଚନକୁ ଅବାଧ, ମୁକ୍ତଓ ସ୍ୱଚ୍ଛତାର ସହ ସମାପନ କରିବା ପାଇଁ ଏସଡିପିଓ ସ୍ନେହାଶିଷ ସାହୁ ଅଂଚଳବାସୀଙ୍କ ସହେଯାଗ କାମନା କରିଛନ୍ତି ।