କଟକ ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ । ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଅଫିସ ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିଥିଲା ବୋଲି ସୂଚନା ରହିଛି । ସେଠାରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ସାହସିକତାର ସହ ନିଆଁ ସହିତ ମୁକାବିଲା କରିଥିଲେ । ଅଫିସରେ ମହଜୁଦ୍ ଥିବା ଅଗ୍ନି ନିର୍ବାପକ ଦ୍ଵାରା ପ୍ରଥମେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ଏହାପରେ ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ତେବେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବାର ଜଣାପଡିଛି । ତେବେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ ।