କେନ୍ଦୁଝର ଜିଲ୍ଲା ଭାରତ ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା। ଏହି ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ। ତେବେ ମୃତ ଦୁଇଜଣଙ୍କ ମଧ୍ୟରୁ ଜଣେ ଟିକିରା ଗ୍ରାମର ଓ ଅନ୍ୟଜଣେ ସ୍କୁଟି ଚାଳକ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଘଟଣା ତଦନ୍ତ କରୁଛି।
ସୂଚନା ଅନୁସାରେ, ଟିକିରା ଗ୍ରାମର ଜଣେ ଯୁବକ ବାଇକ ଯୋଗେ ଭାରତ ପେଟ୍ରୋଲ ପମ୍ପ ନିକଟ ରାସ୍ତା ଦେଇ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ସ୍କୁଟି ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍ ସହ ସ୍କୁଟି ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ଉଭୟ ସ୍କୁଟି ଓ ବାଇକ୍ ଚାଳକ ଦୁହିଁଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ୧୦୩୩ ଟୋଲ୍ ଗେଟ୍ ୨୦ର ଆମ୍ବୁଲାନ୍ସ ସହାୟତାରେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ଦୁଇଜଣ କଲେଜ ଛାତ୍ର ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ସହିତ ଘଟଣା ବାବଦରେ ଅଧିକ ତଦନ୍ତ କରୁଛି ପୋଲିସ।
ଅଧିକ ପଢନ୍ତୁ ; ମାଆ ଓ ପୁଅକୁ ବୀଭତ୍ସ ହତ୍ୟା