କେନ୍ଦୁଝର ପୋଲିସ ହାତରେ ଧରା ପଡିଛନ୍ତି ୩ ଠକ । ଯୁବକ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଚାକିରି ଦେବା କହି ଗିରଫ ହୋଇଛନ୍ତି । ଏଭଳି ୩ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦୁଝର ପୋଲିସ । ଚାକିରି ଦେବା କହି ୧୭ ଲକ୍ଷ ଟଙ୍କା ଠକିଥିବା କେନ୍ଦୁଝର ପୋଲିସ ସୂଚନା ଦେଇଛନ୍ତି । ବିଭିନ୍ନ କମ୍ପାନୀର ମିଛ ନିଯୁକ୍ତିପତ୍ର ଜବତ ହେବା ସହିତ ଜାଲି ଦସ୍ତାବିଜ, ଲାପଟପ, ମୋବାଇଲ, ବାଇକ ସହିତ ନଗଦ ୨୫ ହଜାର ଟଙ୍କା ଜବତ ହୋଇଛି । ଗିରଫ ହୋଇଥିବା ଜଣେ ଯୁବକ ପୁରୀ ଜିଲ୍ଲା ଗୋପ ଥାନା ମରାଳ ଗ୍ରାମର ହୋଇଥିବାବେଳେ ଅନ୍ୟ ଦୁଇ ଯୁବକ ଆନନ୍ଦପୁର ଅଞ୍ଚଳର ବୋଲି ଜଣାପଡିଛି । ତେବେ ବର୍ତ୍ତମାନର ଯୁବପିଢ଼ି ଚାକିରି କରିବା ପାଇଁ ବାରମ୍ବାର ଠକେଇର ଶିକାର ହେଉଛନ୍ତି । ବାରମ୍ବାର ସଚେତନ କରଯାଉଥିଲେ ମଧ୍ୟ ଏଭଳି ଠକ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି । ତେଣୁ ଚାକିରି କରିବା ପାଇଁ ଏଭଳି ଠକଙ୍କୁ ବିଶ୍ୱାସ ନକରିବାକୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଅନେକ ଯୁବକ ଯୁବତୀ ଠକାମୀର ଶିକାର ହେଉଛନ୍ତି ।
ଅଧିକ ପଢନ୍ତୁ : ଜଳିଗଲା ୩ ବଖରା ଘର , ଲକ୍ଷାଧିକ ସମ୍ପତି ନଷ୍ଟ