ସମ୍ବଲପୁର ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ମାଆ ଓ ପୁଅକୁ ଅତି ନୃଶଂସ ଭାବେ ହତ୍ୟା କରିଛି ଦୁର୍ବୁତ୍ତ। ତେବେ ମୃତକ ଦୁହେଁ ଦଲକିବାହାଲ ଗାଁର ବୋଲି ଜଣାପଡିଛି। ମାଆ ସହ ଦେଢ ବର୍ଷର ପୁଅ ରାତିରେ ଘରେ ଶୋଇଥିବା ବେଳେ ଘରେ ପଶି ହତ୍ୟା କରିଛି ଦୁର୍ବୁତ୍ତ। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣା ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଦଲକିବାହାଲ ଗାଁର ଜଣାଏ ମହିଳା ଓ ତାଙ୍କ ଦେଢଶୂରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଖୁବ ବଚସା ହୋଇଥିଲେ। ତେବେ ବ୍ୟକ୍ତି ଜଣଙ୍କ ଅତ୍ୟାଧିକ ରାଗିଯାଇ ମହିଳା ଏବଂ ତାଙ୍କର ଦେଢ ବର୍ଷର ପୁଅ ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରିଥିଲେ। ଫଳରେ ଘଟଣାସ୍ଥଳରେ ମାଆ ଓ ପୁଅ ଦୁଇଙ୍କର ମୃତ୍ୟୁ ହୋଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଭିଯୁକ୍ତକୁ ପୁଲିସ ଅଟକ ରଖି ସମସ୍ତ ଘଟଣା ବାବଦରେ ପଚରାଉଚରା କରୁଛି।
ଅଧିକ ପଢନ୍ତୁ ; ୬ଜଣ ବାଇକ ଲୁଟେରାଙ୍କୁ ଗିରଫ କଲା ପୋଲିସ