ପାଣି ଅଭାବରୁ ଫସଲ ନଷ୍ଟ ନେବା ଭୟରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଚାଷୀ । କେନାଲ ପାଣି ବନ୍ଦ ହେବାରୁ ଧାନ ଚାଷ ନଷ୍ଟ ହେବା ଆଶଙ୍କା କରି ବରଗଡ ଜିଲ୍ଳାପାଳଙ୍କ ପାଖରେ ଅଭିଯୋଗ କରିଥିଲେ । ତେବେ ସୂଚନା ଅନୁଯାୟୀ ଭେଡେନ ବ୍ଳକର ୫ ରୁ ୬ ଟି ପଞ୍ଚାୟତର ଚାଷୀ ମାନେ କେନାଲ ପାଣିକୁ ବ୍ୟବହାର କରି ଚାଷ କରୁଥିବାବେଳେ ଆସନ୍ତା ୫ ତାରିଖରେ କେନାଲ ପାଣି ବନ୍ଦ କରିବା ପାଇଁ ସରକାର ନିସ୍ପତି ନେଇଥିଲେ ଏବଂ ୧୦ ତାରିଖରେ ଧାନ ବିକ୍ରି ପାଇଁ ମଣ୍ଡି ଖୋଲିବା ସ୍ଥିର ହୋଇଥିଲା । ତେବେ ଭେଡେନ ବ୍ଳକର ରୁଷୁଡା, ମହୁଲପାଲି,ସିଆଲ ଖଣ୍ଡତା,ମାନପୁର ପଞ୍ଚାୟତରେ ପାଣି ପହଞ୍ଚୁନଥିବାରୁ ଜମିକୁ ପାଣି ମଡାଇବାନେଇ ଜିଲ୍ଳାପାଳଙ୍କୁ ଅଭିଯୋଗ କରିଥିଲେ । ଏଥିନେଇ ପ୍ରତିବାଦ କରିବା ସହ ଗୋଡଭଗା ତୁରୁମ ରାସ୍ତା ଗରଭନା ଛକ ବନ୍ଦ କରାଇଥିଲେ ଚାଷୀ । ପରେ ୧୫ ତାରିଖ ପର୍ଯ୍ୟନ୍ତ କେନାଲ ପାଣି ଦିଆଯିବା ତଥା ଧାନ ଜମିରେ ପାଣି ମଡାଇବା ପାଇଁ ବୁର୍ଲା କେନାଲ ବିଭାଗର ଏସି ଲିଖିତ ପ୍ରତିସୃତି ଦେବାପରେ ଚାଷୀ ମାନେ ରାସ୍ତାରୁ ଓହରିଥିଲେ।
ଅଧିକ ପଢନ୍ତୁ : ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା