୬ ଜଣ ବାଇକ ଲୁଟେରାଙ୍କୁ ଗିରଫ କରିଛି ସାରଙ୍ଗଡ଼ ପୁଲିସ। ଏପିରିକି ସେମାନଙ୍କ ଠାରୁ ୬ଟି ବାଇକକୁ ମଧ୍ୟ ଜବତ କରିଛି ପୋଲିସ। ତେବେ ଏହି ଲୁଟେରାମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରିବା ସହିତ ଘରେ ପଶି ଚୋରି କରି ଚାରିଆଡେ ଆତଙ୍କ ଖେଳାଇଥିଲେ। ଏବେ ସାରଙ୍ଗଡ଼ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ ବାଇକ ଲୁଟେରା। ଏପରିକି ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରିବା ସହିତ ଘରେ ପଶି ଲୁଟ କରୁଥିଲେ ଏହି ଲୁଟେରା ଗ୍ୟାଙ୍ଗ। ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଜଣକ ହେଉଛି ଗୁଞ୍ଜିବାଡ଼ି ଗାଁର ବୋଲି ଜଣାପଡିଛି। ତାଙ୍କରି ନେତୃତ୍ୱରେ ଦାରିଙ୍ଗବାଡ଼ି, ବାଲିଗୁଡ଼ା ଓ ନୟାଗଡ଼ ଅଞ୍ଚଳର ଅନେକ ସ୍ଥାନରେ ୫ ଜଣ ଯୁବକ ଲୁଟ କରନ୍ତି। ତେଣୁ ପୋଲିସର ଯୋଜନା ମୁତାବକ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ। ଗିରଫ ଲୁଟେରା ମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରି କମ ଦାମରେ ଅନ୍ୟକୁ ବିକ୍ରି କରୁଥିଲେ। ତେଣୁ ଆଉ କେଉଁଆଡେ ଚୋରା ବାଇକ ବିକ୍ରି ହୋଇଛି ତାହାର ତଦନ୍ତ କରୁଛି ସାରଙ୍ଗଡ଼ ପୁଲିସ।