ପାହାଡ଼ରୁ ପଥର ଖସିବାରୁ କୋରାପୁଟ ସୀମାନ୍ତ ଆନ୍ଧ୍ର ଶିବଲିଙ୍ଗପୁରମ୍ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି । ଯାହାଫଳରେ କୋରାପୁଟ-ଆରୁକୁ ବିଶାଖାପାଟଣା ମଧ୍ୟରେ ଟ୍ରେନ୍ ଚଳାଚଳା ବାଧାପ୍ରାପ୍ତ ହୋଇଛି। ଏହାପରେ ଘଟଣାସ୍ଥଳରେ ରେଳ ବିଭାଗ ପହଂଚି ପଥର ଭାଥିବା ସହିତ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ, ଆଜି ସକାଳ ୬ଟାରେ ପଥର ଅତଡ଼ା ଧସି ମାଲଗାଡି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଏପରିକି ଟ୍ରାକ୍ରୁ କିଛି ଅଂଶ ଖସିଯାଇଥିବା ଜଣାପଡିଛି। ଆନ୍ଧ୍ର ପ୍ରଦେଶର ଶିବଲିଙ୍ଗପୁରମ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଥିବା ନେଇ ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହି ଦୁର୍ଘଟଣା ଯୋଗୁଁ କୋରାପୁଟ-ଆରୁକୁ ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହେଉଛି। ସେପଟେ ଦୁର୍ଘଟଣା ସଂପର୍କରେ ଖବର ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଖସିଥିବା ପଥରକୁ ଉଠାଇବା ସହିତ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।