ବାରମ୍ବାର ରାଜ୍ୟର ବିଭିନ୍ନ ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟୁଛି। ଏହି ଦୁର୍ଘଟଣା ଫଳରେ ଅନେକ ନିରୀହ ଜୀବନ ମଧ୍ୟ ଚାଲିଯାଉଛି। ସେହିଭଳି ଆଜି ଗଞ୍ଜାମ ଥାନା ଅଧୀନ ଜୟଶ୍ରୀ ଛକ ନିକଟରେ ସ୍କୁଟି ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ତେଲୁଗୁ ନୂଆଗାଁ ଗ୍ରାମବାସୀ ବୋଲି ଜଣାପଡିଛି।
ସୂଚନା ମୁତାବକ, ଗଞ୍ଜାମ ଥାନା ଅଧୀନ ଜୟଶ୍ରୀ ଛକ ନିକଟରେ ସ୍କୁଟି ଏବଂ ଟ୍ରକ ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣା ଫଳରେ ଚାଲିଗଲା ୨ ନିରୀହ ଜୀବନ। ସ୍କୁଟିରେ ଦୁଇଜଣ ବ୍ୟକ୍ତି କୌଣସି କାମ ପାଇଁ ଯାଉଥିବା ବେଳେ ହଠାତ ବିପରିତ ଦିଗରେ ଆସୁଥିବା ଏକ ଟ୍ରକ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ତୁରନ୍ତ ତାଙ୍କୁ ନିକସ୍ତସ୍ଥ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣା ବାବଦରେ ଅଧିକ ତଦନ୍ତ କରୁଛି।