ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶାଳ ରୋଡ଼ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପି ପକ୍ଷରୁ ପରିବର୍ତ୍ତନ ସଂକଳ୍ପ ଯାତ୍ରା ପରିପ୍ରେକ୍ଷୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ। ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଢ଼ାଖୋଲ ସହରର କଲେଜ ଛକଠାରୁ ଏକ ବିଶାଳ ଶୋଭାଯାତ୍ରା ସହ ରୋଡ଼ ସୋ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଯୋଗଦାନ କରିଥିଲେ। ଏହି ଅବସରରେ ରେଢ଼ାଖୋଲ ବିଧାନସଭା ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଏହି ରୋଡ଼ ସୋ ପରେ ରେଢ଼ାଖୋଲ ବିଧାନସଭା, ସମ୍ବଲପୁର ଲୋକସଭାରେ ବିଜେପି ବିଜୟୀ ହେବା ସହ ଚଳିତ ବର୍ଷ ଡବଲ ଇଞ୍ଜିନ ସରକାର ହେବ ବୋଲି ବିଜେପି ନେତୃବୃନ୍ଦ ପ୍ରତିକ୍ରିୟା ରଖିଥିଲେ।
ଅଧିକ ପଢନ୍ତୁ : ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା