ଆଇପିଏଲର ୪୧ ତମ ମ୍ୟାଚରେ ୩୫ ରନରେ ବାଜି ମାରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହା ସହ ନିଜର ବ୍ୟକ୍ତିଗତ ଦ୍ଵିତୀୟ ବିଜୟ ହାସଲ କରିଛି ବେଙ୍ଗାଲୁରୁ । ବିଜୟ ସତ୍ୱେ ବେଙ୍ଗାଲୁରୁ ପଏଣ୍ଟସ ଟେବୁଲର ସମାନ(ଦଶମ) ସ୍ଥାନରେ ରହିଛି । ବ୍ୟାଟିଂରେ ଆଟାକିଙ୍ଗ ପ୍ରଦର୍ଶନ ଦ୍ୱାରା ରଜତ ପାଟିଦାର ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ ହୋଇଛନ୍ତି । ଗତ ସନ୍ଧ୍ୟାରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ୨୦୬ ରନ କରିଥିଲା । ବିରାଟ କୋହଲି ୫୧, ଫାଫ-ଡୁ-ପ୍ଲେସିସ ୨୫, ଜ୍ୟାକ୍ସ ୬, ପାଟିଦାର ୫୦, ଗ୍ରୀନ ୩୭, ଲୋମରର ୭, କାର୍ତିକ ୧୧ ଏବଂ ସ୍ୱପ୍ନିଳ ୧୨ ରନ କରିଥିଲେ । ତେବେ ହାଇଦ୍ରାବାଦ ବୋଲିଂରୁ ଜୟଦେବ ଉନାଦକଟ ୩, ନଟରାଜନ ୨, କମିନ୍ସ ଏବଂ ମାର୍କଣ୍ଡେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବା ସହ ୧୭୧ ରନରେ ସୀମିତ ରହିଥିଲା । ତେବେ ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ୩୧, ଟ୍ରାଭୀଷ ହେଡ଼ ୧, ମାର୍କରମ ୭, ନୀତିଶ ରେଡ୍ଡି ୧୩, କ୍ଲାସେନ ୭, ଶେହଵାଜ ଏହମଦ ୪୦, ଅବଦୁଲ ସମାଦ ୧୦, କମିନ୍ସ ୩୧, ଭୁବନେଶ୍ୱର ୧୩ ଓ ଉନାଦକଟ ୮ ରନ ସଂଗ୍ରହ କରିଥିଲେ । ସ୍ୱପ୍ନିଳ ସିଂ, କରନ ଶର୍ମା ଓ ଗ୍ରୀନ ୨ଟି ଲେଖାଏଁ ୱିକେଟ୍ ନେଇଥିଲାବେଳେ ଜ୍ୟାକ୍ସ ଓ ୟଶ ଦୟାଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଅଧିକ ପଢନ୍ତୁ : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ପାକିସ୍ତାନ କ୍ରିକେଟର ବିସ୍ମା ମାରୋଫ