ଚଳିତ ଆଇପିଏଲ ମ୍ୟାଚ ଗୁଡିକରେ ବେଶ ରୋମାଞ୍ଚକର ଅନ୍ତ ଘଟୁଛି । ଗତ ସନ୍ଧ୍ୟାରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ୪ ରନରେ ବାଜି ମାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଶେଷ ଓଭରରେ ୧୯ ରନ ଦରକାର ଥିବାବେଳେ ୧୪ ରନ କରିଥିଲା ଗୁଜୁରାଟ ଟାଇଟନ୍ସ । ଏହା ସହ ଋଷବ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ ବିଜୟ ସହ ପଏଣ୍ଟସ ଟେବୁଲର ଷଷ୍ଠ ସ୍ଥାନରେ ପହଞ୍ଚିଛି । ମ୍ୟାଚରେ ଆଟାକିଙ୍ଗ ବ୍ୟାଟିଂ କରି ଦିଲ୍ଲୀକୁ ମ୍ୟାଚ ଜିତାଇବାରେ ସାହାଯ୍ୟ କରିଥିବା ଋଷଭ ପନ୍ତଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଥିଲା।
ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ଗୁଜୁରାଟ । ଦିଲ୍ଲୀର ବ୍ୟାଟିଂରେ ପୃଥ୍ଵୀ ସ ୧୧, ଜେକ ଫ୍ରେଶର ମକଗ୍ରୁକ ୨୩, ଅକ୍ସର ପଟେଲ ୬୬, ପନ୍ତ ୮୮ ଏବଂ ଟ୍ରିଷ୍ଟନ ଷ୍ଟବ୍ସ ୨୬ ରନ ସଂଗ୍ରହ କରିଥିଲେ । ଦିଲ୍ଲୀ ବୋଲିଂ ରେ ୱାରିଅର ୩ଟି ଓ ନୁର ଏହମଦ ଗୋଟିଏ ୱିକେଟ୍ ନେଇଥିଲେ । ଗୁଜୁରାଟର ବ୍ୟାଟିଂରେ ସାହା ୩୯, ଗିଲ ୬, ସାଇ ସୁଦର୍ଶନ ୬୫, ଓମରଜାଈ ୧, ଡେଭିଡ ମିଲର ୫୫, ଶାହରୁଖ ଖାଁ ୮, ତେୱତୀଆ ୪, ରଶିଦ ଖାନ ୨୧, ସାଇ କିଶୋର ୧୩ ରନ ସଂଗ୍ରହ କରିଥିଲେ । ଗୁଜୁରାଟର ସମୁଦାୟ ୮ ଟି ୱିକେଟ୍ ଯାଇଥିଲା । ରସିକ ଦର ୩ଟି, କୁଲଦୀପ ଯାଦବ ୨ଟି ଏବଂ ଅନରୀକ ନରକୀୟା, ମୁକେଶ କୁମାର, ଅକ୍ସର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଅଧିକ ପଢନ୍ତୁ : ବିରାଟଙ୍କୁ ୫୦ ପ୍ରତିଶତ ଜରିମାନା ଲଗାଇଲା ବିସିସିଆଇ