ଆଇପିଏଲର ୩୩ ତମ ମ୍ୟାଚରେ ଚଣ୍ଡିଗଡ଼ରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଂଡିଆନ୍ସ । ତେବେ ଦୁଇ ଦଳ ୬ ଟି ମ୍ୟାଚ ଖେଳିଥିବାବେଳେ ୨ ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି ଏବଂ ୪ ଟି ମ୍ୟାଚରେ ପରାସ୍ତ ହୋଇଛନ୍ତି । ପଞ୍ଜାବ ପଏଣ୍ଟସ ଟେବୁଲର ଅଷ୍ଟମ ସ୍ଥାନରେ ଥିବାବେଳେ ମୁମ୍ବାଇ ନବନ ସ୍ଥାନରେ ରହିଛି । ତେବେ ଆଇପିଏଲରେ ମୁମ୍ବାଇ ଓ ପଞ୍ଜାବ ମଧ୍ୟରେ ୩୧ ଥର ଟକ୍କର ହୋଇଥିବାବେଳେ ମୁମ୍ବାଇ ୧୬ ଥର ଜିତିଛି ଏବଂ ପଞ୍ଜାବ ୧୫ ଥର ଜିତିଛି । ୨୦୨୦ ପରଠାରୁ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ମୁମ୍ବାଇ ସାମାନ୍ୟ ଆଗରେ ରହିଛି । ୨୦୨୦ ପରଠାରୁ ୭ ଟି ମ୍ୟାଚରୁ ମୁମ୍ବାଇ ୪ଟି ମ୍ୟାଚରେ ବାଜି ମାରିଛି । ତେବେ ଆଜି ସନ୍ଧ୍ୟାର ମ୍ୟାଚ ମହାରାଜା ୟଦବିନ୍ଦ୍ର ସିଂ ଅନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମ, ମୁଲ୍ଲନପୁରରେ ଖେଳାଯିବ । ଏହି ଗ୍ରାଉଣ୍ଡରେ କାକର ଆସିବାର ସମ୍ଭାବନ ଅଧିକ ଥିବାରୁ ପଛରେ ବ୍ୟାଟିଂ କରିବା ସହଜ ହୋଇଥାଏ । ତେବେ ଯେଉଁ ଦଳ ଟସ୍ ଜିତିବ ଚେଜ କରିବାକୁ ଚେଷ୍ଟା କରିବ । ଆଜିର ମ୍ୟାଚ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭ ଟାରେ ଟସ୍ ହେବ ।
ପଞ୍ଜାବ କିଙ୍ଗ୍ସ ସମ୍ଭାବ୍ୟ ୧୧ : - ଅଥର୍ବ ତାଇଡେ, ଯନି ବେରଷ୍ଟୋ, ସାମ କରନ(ଅଧିନାୟକ), ଲିଅମ ଲିଭିଂଷ୍ଟୋନେ , ଜୀତେଶ ଶର୍ମା(ୱିକେଟ୍ କିପର), ଶଶାଙ୍କ ସିଂ, ଆଶୁତୋଷ ଶର୍ମା, ହରପ୍ରିତ ବ୍ରାର, ହର୍ଶଲ ପଟେଲ, ଅର୍ଶଦୀପ ସିଂ, କଗିସୋ ରବାଡା (ଇମ୍ପ୍ୟାକ୍ଟ ଖେଳାଳି - ପ୍ରଭସିମରନ ସିଂ)
ମୁମ୍ବାଇ ଇଂଡିଆନ୍ସ ସମ୍ଭାବ୍ୟ ୧୧ : - ରୋହିତ ଶର୍ମା, ଇଶାନ କିଷାନ(ୱିକେଟ୍ କିପର), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଟିମ ଡେଭିଡ, ମହମ୍ମଦ ନବୀ, ରୋମାରିଓ ସେଫର୍ଡ, ଶ୍ରେୟସ ଗୋପାଳ, ଜେରାଲ୍ଡ଼ କୋଟଯି, ଯଶପ୍ରୀତ ବୁମରା , ଆକାଶ ମଧୱାଲ (ଇମ୍ପ୍ୟାକ୍ଟ ଖେଳାଳି - ସୂର୍ୟକୁମାର ଯାଦବ)
ଅଧିକ ପଢନ୍ତୁ : ବୋଲରଙ୍କ ଚମତ୍କାର ପ୍ରଦର୍ଶନ ସତ୍ୱେ କାହିଁକି ଋଷବ ପନ୍ତ ହେଲେ ପ୍ଲେୟାର ଅଫ ଦ ମ୍ୟାଚ !