ସୁନ୍ଦରଗଡ଼ ଜିଲ୍ଲା ଏନଟିପିସି ପାୱାର ପ୍ଲାଣ୍ଟ ନିକଟରେ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ। ଏହି ଦୁର୍ଘଟଣା ଫଳରେ ଚାଲିଗଲା ୩ ଜଣ ବାଇକ ଆରୋହୀଙ୍କ ଜୀବନ। ତେବେ ମୃତକମାନେ ଦର୍ଲିପାଲି ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ତେବେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ତେଣୁ ପ୍ଲିଡ଼ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ୩ଜଣ ଯୁବକ ଏକ ବାଇକ୍ ଯୋଗେ ଯାଉଥିଲେ। ଏହି ସମୟରେ ଏନଟିପିସି ପାୱାର ପ୍ଲାଣ୍ଟ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଦୁର୍ଘଟଣା ଘଟିବା ଫଳରେ ସକାଳେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
ଅଧିକ ପଢନ୍ତୁ ; ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା : ୨ ମୃତ