ଶନିବାର ଆସାମର ସୋନିତପୁର ଜିଲ୍ଲାରେ ବଣୁଆ ହାତୀ ଆକ୍ରମଣରେ ଦୁଇ ଜଣ ଜଙ୍ଗଲ ସୁରକ୍ଷାକର୍ମୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ପଶ୍ଚିମ ତେଜପୁର ବିଭାଗୀୟ ଜଙ୍ଗଲ ଅଧିକାରୀ ନିପେନ କାଲିତା କହିଛନ୍ତି ଯେ ଜଙ୍ଗଲ କର୍ମଚାରୀମାନେ ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ନିକଟସ୍ଥ ଧକିଆଜୁଲି ଜଙ୍ଗଲରୁ ଏକ ବଣୁଆ ହାତୀ ଧିରାଇ ମଜୁଲି ଗ୍ରାମରେ ପ୍ରବେଶ କରି ତିନି ଜଣଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ହାତୀ ଆକ୍ରମଣରେ ଜଙ୍ଗଲ ବିଭାଗର ଜଣେ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି । ମୃତକ ଜଙ୍ଗଲ ବିଭାଗର ଅଧିକାରୀ କୋଲେଶ୍ୱର ବୋରୋ ଓ ବିରେନ ରାୱା ଏବଂ ସ୍ଥାନୀୟ ଅଞ୍ଚଳର ଯତୀନ ତାନ୍ତି ବୋଲି ଜଣାପଡିଛି । ଆହତ ଥିବା ବ୍ୟକ୍ତି ଦିବାକର ମାଲକରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।
ଅଧିକ ପଢନ୍ତୁ : ମହୁମାଛି ଆକ୍ରମଣ: ୪୦ ଛାତ୍ର ଆହତ