କଂଗ୍ରେସରୁ ଇସ୍ତଫା ଦେଲେ କଂଗ୍ରେସ ନେତା ସାମ୍ ପିଟ୍ରୋଡା। ଏପରିକି ସେ କଂଗ୍ରେସର ଇଣ୍ଡିଆନ ଓଭରସିଜ୍ ଚେୟାରମ୍ୟାନ ପଦ ମଧ୍ୟ ଛାଡ଼ି ଦେଇଛନ୍ତି। ଲୋକସଭା ନିର୍ବାଚନ ମଧ୍ୟରେ ତାଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚା ହୋଇଥିଲା ଏହାପରେ ସେ ଦଳ ଛାଡିଛନ୍ତି। ତେବେ ସେ ନିଜର ଇସ୍ତଫା ପତ୍ର କଂଗ୍ରସର ରାଷ୍ଟ୍ରୀୟ ମହାସଚିବଙ୍କୁ ଟ୍ବିଟ୍ ମାଧ୍ୟମରେ ପଠାଇଛନ୍ତି।
ସୂଚନା ଅନୁସାରେ, ସାମ ପିଟ୍ରୋଡାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟଙ୍କ ସହିତ ତୁଳନା କରିଥିଲେ। ଭାରତର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସେ ଚାଇନିଜ୍, ଆରବ, ଶ୍ଵେତ ଏବଂ ଆଫ୍ରିକୀୟଙ୍କ ସହିତ ତୁଳନା କରିଥିଲେ। ତାଙ୍କ ଏଭଳି ବୟାନକୁ ନେଇ ସାମାଜିକ ଗଣମାଧ୍ୟମରେ ଝଡ ଉଠିଥିଲା। ସାମାଜିକ ଗଣମାଧ୍ୟମରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡିଥିଲା। ଏଭଳି ବୟାନ ଦେଇ ସେ ଦେଶବାସୀଙ୍କ ଅପମାନ କରିଛନ୍ତି ବୋଲି ଅନେକ ଦଳୀୟ ନେତା ମାନେ କହିଥିଲେ। ତେଣୁ ଏହି କାରଣରୁ ସେ କଂଗ୍ରେସ ଦଳରୁ ଇସଫା ଦେଇଛନ୍ତି। ସାମ୍ ପିଟ୍ରୋଡା ନିଜ ଇଛାରେ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ଇସ୍ତଫା ସ୍ୱୀକାର କରାଯାଇଥିବା ସେ ସୂଚନା ଦେଇଛନ୍ତି ।