ଭାରସାମ୍ୟ ହରାଇ ଓଲଟିଲା ସୁନା ବୋଝେଇ ଟ୍ରକ। ଏପରି ଏକ ଦୁର୍ଘଟଣା ତାମିଲନାଡ଼ୁର ସିଥୋଡ୍ଡରେ ଘଟିଛି। ତେବେ ଟ୍ରକ୍ ଭିତରୁ ୮୧୦ କେଜି ସୁନା ଜବତ କରିଛି ପୋଲିସ। ଜବତ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୬୬୬ କୋଟି। ତେବେ ଏହି ଦୁର୍ଘଟଣାରେ ଡ୍ରାଇଭର ଏବଂ ସିକ୍ୟୁରିଟି ଗାର୍ଡ ଗୁରୁତର ଆହତ ହୋଇଥିଲେ। ତେଣୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ଭି କରାଯାଇଛି।
ସୂଚନା ଅନୁସାରେ, କୋଏମ୍ଵାତୁରରୁ ଟ୍ରକ୍ରେ ୮୧୦ କେଜିର ସୁନା ଗହଣା ଲୋଡ୍ ହୋଇ ସାଲେମ୍କୁ ଯାଉଥିଲା। ହେଲେ ରାସ୍ତାରେ ଅନ୍ୟ ଏକ ଗାଡ଼ି ତାର୍ପୋଲିନ୍ ଛିଡ଼ି ଟ୍ରକ୍ ଆଗ କାଚ ଉପରେ ପଡିଯିବାରୁ ଡ୍ରାଇଭରଙ୍କୁ କିଛି ଦେଖାଗଲା ନାହିଁ। ତେଣୁ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଡ୍ରାଇଭର ଏବଂ ସିକ୍ୟୁରିଟି ଗାର୍ଡ ଗୁରୁତର ଆହତ ହୋଇଥିଲେ। ତେଣୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ଭି କରାଯାଇଛି। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ସୁନାକୁ ଜବତ କରି ସୁରକ୍ଷିତ ଅନ୍ୟ ଏକ ଗାଡ଼ିରେ ସୁନା ସବୁକୁ ଲୋଡ୍ କରି ଗନ୍ତବ୍ୟ ସ୍ଥଳକୁ ପଠାଇଛି। ଏ ମାମଲାରେ ଅଧିକ ଯାଞ୍ଚ୍ ଜାରି ରଖିଛି ପୋଲିସ।