ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବଜାର ମୁଖ୍ୟ ରାସ୍ତାରୁ ଜଣେ ରୋଗୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ଘର ନେପାଳରେ ହୋଇଥିବା ବେଳେ ସେ ଜଣେ ଭିନ୍ନକ୍ଷମ ବୋଲି ଜଣାପଡିଛି । ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ଦୀର୍ଘଦିନ ହେବ ନେପାଳ ରୁ ଆସି କୋଇଡାରେ କାମଦାମ କରି ନିଜ ପେଟ ପୋଷୁଥିଲେ । ୩ ଦିନ ପୂର୍ବରୁ ତାଙ୍କର ଦେହ ଖରାପ ହୋଇଥିବା କାରଣରୁ ସେ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିଲେ । ଏବଂ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ହସ୍ପିଟାଲରୁ ବ୍ୟକ୍ତି ଜଣଙ୍କ କେଉଁ ଆଡୁ ଫେରାର ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୈାଣସି ପତ୍ତା ମିଳିନଥିଲା । ତେବେ ଆଜି ସକାଳୁ ତାଙ୍କର ମୃତଦେହ ଏକ ଡ୍ରେନ ପାଶ୍ୱର୍ରୁ ଉଦ୍ଧାର କରାଯାଇଛି । ଏନେଇ ସ୍ଥାନୀୟ ଲୋକ ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ଏବଂ ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।