ବାୟୁସେନା ଦଳ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କ ଫଟୋ ଓ ପରିଚୟ ସାମ୍ନାକୁ ଆସିଛି। ତେବେ ସେହି ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନର ପୂର୍ବତନ କମାଣ୍ଡୋ ରହିଥିବା ସୂଚନା ମିଳିଛି। ତେବେ ଏହି ଆତଙ୍କବାଦୀ ହମଲାରେ ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହାପରେ ସିସିଟିଭିରୁ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା।
ସୂଚନା ଅନୁସାରେ, ମେ ୪ ତାରିଖରେ ଭାରତୀୟ ବାୟୁସେନା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ସହିଦ ଓ ୪ ଜଣ ଗୁରୁତର ଆହତ ହୋଇଥିଲେ। ଏହାପରେ ଏହି ଘଟଣାକୁ ନେଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା। ଏହାପରେ ସିସିଟିଭିରୁ ଆତଙ୍କୀଙ୍କ ଫଟୋ ଓ ପରିଚୟ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜରୁ ଏହି ଫଟୋ ନିଆଯାଇଥିବା ଜଣାପଡିଛି। ଆତଙ୍କୀଙ୍କ ପାଖରେ ଆମେରିକା ତିଆରି ଏମଫୋରଏସ୍ ଏବଂ ଋଷ୍ ତିଆରି ଏକେ୪୭ ଥିବା ଜଣାପଡିଛି। ଚିହ୍ନଟ ଆତଙ୍କୀଙ୍କ ମଧ୍ୟରେ ଜଣେ ପାକିସ୍ତାନ ପୂର୍ବତନ ଆର୍ମି କମାଣ୍ଡୋ ଥିବା ଜଣାପଡିଛି। ତେବେ ଏ ନେଇ ଅଧିକ ତଦନ୍ତ ଜାରି କରିଛନ୍ତି ପୋଲିସ।