ନାସିକ: ଜଣେ ପିଶାଚୀ ମା’ର ନାରକୀୟ କାଣ୍ଡ ମହାରାଷ୍ଟ୍ରର ନାସିକ ସହରରେ ଦେଖିବାକୁ ମିଳିଛି । ମହିଳା ଜଣକ ସବୁ ବାତ୍ସଲ୍ୟ ମମତାକୁ ଭୁଲିଯାଇ ନିଜେ ଜନ୍ମ କରିଥିବା ଦୁଇ ନିଷ୍ପାପ ଶିଶୁଙ୍କୁ ପ୍ରଥମେ ବିଷ ଦେଇ ହତ୍ୟା କରିଛି । ତା’ପରେ ଛାତ ଉପରୁ ଡେଇଁ ନିଜେ ଜୀବନ ହାରିଛି । ମୃତ ମହିଳା ଜଣକ ହେଲେ ଅଶ୍ୱିନୀ ନିକୁମ୍ଭ(୩୦) । ମୃତ ଦୁଇ ଶିଶୁଙ୍କ ନାମ ଆରାଧ୍ୟା (୮) ଓ ଅଗସ୍ତ୍ୟ (୨) ।
ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇଁ ପୁଲି ଟିମ୍ ବୁଧବାର ଦିନ କୋଣାର୍କନଗର ଅଞ୍ଚଳରେ ଥିବା ହରିବନ୍ଦନ ଆପାର୍ଟମେଣ୍ଟକୁ ପହଞ୍ଚି ଥିଲା । ସେଠାରେ ପହଞ୍ଚିଲା ପରେ ପୁଲିସ ଛାତ ଉପରୁ ଡେଇଁ ଜୀବନ ହାରିଥିବା ମହିଳା ଓ ଦୁଇଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲା । ପୁଲିସକୁ ଏବେ ସନ୍ଦେହ ହୋଇଛି ଯେ, ଅଶ୍ୱିନୀ ନିକୁମ୍ଭ ନିଜେ ଜୀବନ ହାରିବା ପୂର୍ବରୁ ପ୍ରଥମେ ଦୁଇ ଶିଶୁ ଆରାଧ୍ୟା ଓ ଅଗସ୍ତ୍ୟଙ୍କୁ ବିଷ ଦେଇଥିଲା ।
ଘଟଣାସ୍ଥଳରେ ପହଞ୍ଚି ପୁଲିସ ଯେତେବେଳେ ମୃତକ ମହିଳାଙ୍କ ଘର ଯାଞ୍ଚ କରିଥିଲା, ସେହି ସମୟରେ ଦୁଇଜଣ ଶିଶୁଙ୍କର ମୃତଦେହ ଠାବ କରିଥିଲା । ଏହି ସମୟରେ ମହିଳାଙ୍କ ସ୍ୱାମୀ ଘର ବାହାରେ ଥିଲେ ବୋଲି ଜାଣିବାକୁ ପାଇଥିଲା ଏବଂ ଏହାର କାରଣ ଖୋଜିଥିଲା । ପୁଲିସକୁ ଅଶ୍ୱିନୀଙ୍କ ଦ୍ୱାରା ଲିଖିତ ଏକ ନୋଟ୍ ହସ୍ତଗତ ହୋଇଛି, ଯେଉଁଥିରେ ନିଜର ସ୍ୱାମୀ ସ୍ୱପ୍ନିଲ ନିର୍ଯାତନା ଦେଇଥିବା ଅଭିଯୋଗ ରହିଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ଅଧିକ ପଢନ୍ତୁ : ଲିଫ୍ଟରେ ଯୁବତୀଙ୍କୁ ଆକ୍ରମଣ କଲା କୁକୁର