ଦିନକୁ ଦିନ କୁକୁର ଆତଙ୍କ ବଢ଼ିବାରେ ଲାଗିଛି । ଘରେ ହେଉ କି ରାସ୍ତାରେ ସବୁଠି ଆତଙ୍କ ଖେଳାଉଛି କୁକୁର । ପୁଣି କୁକୁର ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବତୀ ସେ ପୁଣି ଲିଫ୍ଟ ଭିତରେ । ଏପରି ଏକ ଅଭାବନୀୟ ଘଟଣା ନୋଏଡ଼ା ହାଉସିଂ ସୋସାଇଟିରେ ଘଟିଛି ବୋଲି ସୂଚନା ମିଳିଛି । ଲିଫ୍ଟ ଭିତରକୁ ଜଣେ ଯୁବତୀ ଯିବା ସମୟରେ ଲିଫ୍ଟ ଭିତରେ ପୂର୍ବରୁ ଗୋଟେ କୁକୁର ରହିଥିଲା । ଯୁବତୀ ଜଣକ ଲିଫ୍ଟ ଭିତରକୁ ପଶିଲା ବେଳକୁ କୁକୁରଟି ଯୁବତୀଙ୍କୁ ଆକ୍ରମଣ କରିଥିଲା । ଯୁବତୀ ଭୟରେ ଚିତ୍କାର କରିଥିଲେ ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଲିଫ୍ଟ ଭିତରେ ଥିବା ସିସିଟିଭିରେ ଏହି ସମସ୍ତ ଦୃଶ୍ୟ କଏଦ ହୋଇଛି ।
ଆଗକୁ ପଢ଼ନ୍ତୁ : ସମୂହ ଛୁଟିରେ ଏୟାର ଇଣ୍ଡିଆର କର୍ମଚାରୀ : ବିମାନ ବାତିଲ