ବାତିଲ ହେଲା ପ୍ରାୟ ୭୦ରୁ ଅଧିକ ବିମାନ । ଯାତ୍ରୀମାନେ ହେଲେ ହନ୍ତସନ୍ତ । ଏୟାର ଇଣ୍ଡିଆର ପ୍ରାୟ ୭୦ରୁ ଅଧିକ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରାଯାଇଛି । ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସରେ କାର୍ଯ୍ୟରତ ଥିବା ପ୍ରାୟ ୩୦୦ରୁ ଅଧିକ କ୍ରିଉ ମେମ୍ବର ସମୂହ ଛୁଟିରେ ରହିଛନ୍ତି । ଯେଉଁ କାରଣରୁ କାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ପକ୍ଷରୁ ପ୍ରାୟ ୭୦ରୁ ଅଧିକ ବିମାନକୁ ବାତିଲ କରାଯାଇଛି । କ୍ରିଉ ମେମ୍ବରଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେମାନେ ସମୂହ ଛୁଟି ନେଇଛନ୍ତି ବୋଲି ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣା ପରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀମାନଙ୍କ ଟିକେଟ ପଇସା ଫେରସ୍ତ ହେବ କିମ୍ବା ଟିକେଟର ତାରିଖକୁ ଅନ୍ୟ ଦିନ ଘୁଞ୍ଚେଇବା ପାଇଁ ମଧ୍ୟ ଘୋଷଣା କରାଯାଇଛି । କ୍ରିଉ ମେମ୍ବରଙ୍କ ହଠାତ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ବିମାନକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।