ହାତୀ ଆକ୍ରମଣରେ ଚାଲିଗଲା ଭିଡିଓ ସାମ୍ବାଦିକଙ୍କ ଜୀବନ । କେରଳର ମାତୃଭୂମି ଟିଭି ନ୍ୟୁଜ୍ ଚ୍ୟାନେଲର ଜଣେ ଯୁବ ସାମ୍ବାଦିକଙ୍କୁ ବୁଧବାର ସକାଳ ସମୟରେ ହାତୀ ଆକ୍ରମଣ କରିଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି । ନିଜ ଜୀବନକୁ ବିପଦରେ ପକାଇ ହାତୀମାନଙ୍କ ଫୋଟୋ ନେଉଥିବାବେଳେ ଏହି ଆକ୍ରମଣ ହୋଇଥିଲା ।
ସୂଚନା ଅନୁଯାୟୀ,ବୁଧବାର ସକାଳ ସମୟରେ କେରଳର ମାତୃଭୂମି ଟିଭି ନ୍ୟୁଜ୍ ଚ୍ୟାନେଲର ଭିଡିଓ ସାମ୍ବାଦିକ ଜଣକ ଜଙ୍ଗଲୀ ହାତୀପଲର ଦୃଶ୍ୟକୁ କ୍ୟାମେରା ମାଧ୍ୟମରେ ନେବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ଯୁବକଙ୍କୁ ହାତୀ ଆକ୍ରମଣ କରିଥିଲା । ସୌଭାଗ୍ୟବଶତଃ ତାଙ୍କସହ ଥିବା ଅନ୍ୟ ଦୁଇଜଣ ସହକର୍ମୀ ରକ୍ଷା ପାଇଯାଇଛନ୍ତି । ହାତୀ ଆକ୍ରମଣ ପରେ ତାଙ୍କୁ ଏଭଳି ଅବସ୍ଥାରେ ଦେଖି ତାଙ୍କ ସହକର୍ମୀମାନେ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏଭଳି ଘଟଣାରେ ସମସ୍ତେ ଦୁଃଖପ୍ରକାଶ କରିଛନ୍ତି ।
ଅଧିକ ପଢନ୍ତୁ :କେରଳରେ ଟ୍ରେନ ଧକ୍କାରେ ହାତୀ ମୃତ