କଞ୍ଜିକୋଡ ନିକଟରେ ଟ୍ରେନ ଧକ୍କା ଦେବା ଫଳରେ ହାତୀର ମୃତ୍ୟୁ ହୋଇଛି । ଘଟଣାରେ କେରଳ ବନ ବିଭାଗ ତ୍ରିଭାନ୍ଦ୍ରମ ଟ୍ରେନର ଲୋକୋ ପାଇଲଟଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ସୋମବାର ବିଳମ୍ବିତ ରାତିରେ କାଞ୍ଜିକୋଡ ନିକଟରେ ଚେନ୍ନାଇ ଯାଉଥିବା ତ୍ରିଭାନ୍ଦ୍ରମ ଟ୍ରେନ ଦ୍ୱାରା ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୋଟିଏ ମାସ ମଧ୍ୟରେ ଏହି ଜିଲ୍ଲାରେ ଏହା ହେଉଛି ଦ୍ୱିତୀୟ ଘଟଣା। ତେଣୁ ଏଭଳି ଘଟଣା ବନ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁଯାୟୀ ଟ୍ରେନର ବେଗ ଅଧିକ ଥିବାରୁ ଦୁର୍ଘଟଣା ଘଟିଥିଲା। ଏନେଇ ସୂଚନା ଦେଇଛନ୍ତି କେରଳ ଜଙ୍ଗଲ ମନ୍ତ୍ରୀ ଏ.କେ ଶଶୀନ୍ଦ୍ରନ୍ । ୱାଇଲ୍ଡ ଲାଇଫ ଆକ୍ଟର ପ୍ରଯୁଜ୍ୟ ଧାରା ଅନୁଯାୟୀ ଲୋକୋ ପାଇଲଟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟ୍ରେନଟି ହାତୀକୁ ଧକ୍କା ଦେବା ପରେ ହାତୀଟି ଗୁରୁତର ଆହତ ହୋଇଥିଲା ଏବଂ ଦୁର୍ଘଟଣାର ପ୍ରାୟ ୩୦ ମିନିଟ ପରେ ହାତୀଟିର ମୃତ୍ୟୁ ହୋଇଛି । ଏହାପୂର୍ବରୁ ଏପ୍ରିଲ ୧୩ ରେ ପଲକ୍କଡ଼ ଜିଲ୍ଲାରେ ଟ୍ରେନ ଧକ୍କାରେ ଏକ ହାତୀର ଜୀବନ ଯାଇଥିଲା ।
ଅଧିକ ପଢନ୍ତୁ : ୫ ବର୍ଷର ଝିଅକୁ କାମୁଡ଼ିଲା କୁକୁର : ମାଲିକ ଗିରଫ