ପାର୍କରେ ୫ ବର୍ଷର ଛୋଟ ଝିଅଟି ଖେଳୁଥିବା ବେଳେ ଦୁଇଟି ପୋଷା କୁକୁର ତା'ଉପରକୁ ଆକ୍ରମଣ କରିଥିଲେ। ଫଳରେ ଛୁଆଟି ଗୁରୁତର ଆହତ ହୋଇପଡ଼ିଥିଲା। ଗୁରୁତର ଅବସ୍ଥାରେ ଛୁଆଟିକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ପୋଲିସ ଏହି ମାମଲାରେ କୁକୁରର ମାଲିକଙ୍କୁ ଗିରଫ କରିଛନ୍ତି। ଏହାସହିତ କୁକୁରମାନଙ୍କୁ ବାହାରକୁ ନ ଛାଡିବା ପାଇଁ ନୋଟିସ ଜାରି କରିଛି।
ସୂଚନା ମୁତାବକ, ଚେନ୍ନାଇର ଏକ ପାର୍କରେ ଜଣେ ବ୍ୟକ୍ତି ହୋମଗାର୍ଡ ଭାବେ କାମ କରନ୍ତି। ସେହି ପାର୍କରେ ତାଙ୍କର ୫ ବର୍ଷର ଛୋଟ ଝିଅଟି ଖେଳୁଥିଲା। ଏତିକି ବେଳେ ସେଠାକାର ଜଣେ ବ୍ୟକ୍ତି ନିଜର ଦୁଇ ରାଟ୍ଓ୍ୱିଲର୍ ପ୍ରଜାତିର ପୋଷା କୁକୁରକୁ ନେଇ ପାର୍କ ବୁଲିବାକୁ ଆସିଥିଲେ। ଏତିକି ବେଳେ ସେ ନିଜ କୁକୁରମାନଙ୍କୁ ଖୋଲା ଛାଡି ଦେଇଥିଲେ। ଛୋଟା ପିଲାକୁ ଦେଖି କୁକୁରମାନେ ଆକ୍ରମଣ କରିଥିଲେ। ଏହା ଦେଖି ଝିଅର ବାପା ମା' ପାଟି କରିବା ସହ ଦୌଡି ଆସିଥିଲେ। ପରେ ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ବେପରୁଆ ଭାବରେ କୁକୁରମାନଙ୍କୁ ଛାଡ଼ିଥିବାରୁ ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ପୋଷା କୁକୁର ମାଲିକଙ୍କୁ ଗିରଫ କରିଛି।