ମହୁମାଛି ଆକ୍ରମଣରେ 40 ଜଣ ଛାତ୍ର ଆହାତ। ଉତ୍ତର ପ୍ରଦେଶ ଆଗ୍ରା ଜିଲ୍ଲା ଅନ୍ତର୍ଗତ ବାହ ଗାଁରେ ମହୁମାଛି ଆକ୍ରମଣରେ ସ୍କୁଲର ପାଖା ପାଖି 40 ଜଣ ଛାତ୍ର ଆହାତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 6 ଜଣ ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସ୍କୁଲ ପରିସରରେ ଥିବା ଏକ ମହୁମାଛି ଫେଣା ହଠାତ୍ ଖସିଯାଇ ପିଲାମାନଙ୍କୁ ଆକ୍ରମଣ କରିଥିଲା। ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କୁ ସଙ୍ଗେ ସେଙ୍ଗେ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ତେବେ ଏ ଭିଳି ଅବ୍ୟବସ୍ଥାର ଦାୟୀ ସ୍କୁଲ କତ୍ତୃପକ୍ଷ ବୋଲି ଛାତ୍ର ମାନଙ୍କର ଅଭିଭାବକ ମାନେ କହୁଛନ୍ତି ।
ଅଧିକା ପଢନ୍ତୁ: ଟ୍ରେନ ଯାତ୍ରା ବେଳେ ଦୂର ହେବ ୱେଟିଂ ଲିଷ୍ଟ ଦ୍ୱନ୍ଦ୍ୱ