ଆଠଗଡରେ ଦେଖିବାକୁ ମିଳିଛି ବିଶ୍ଵର ବିରଳ ପ୍ରଜାତିର ପକ୍ଷୀ ଇଣ୍ଡିଆନ ସ୍କାମର ବା ପାଣିଚିରି। ସାଧାରଣତଃ ଏହି ପକ୍ଷୀମାନେ ବିଶ୍ୱର ତିନୋଟି ସ୍ଥାନର ଭାରତ, ପାକିସ୍ତାନ, ମିଆଁମାର ଦେଶରେ ଦେଖାଯାଆନ୍ତି। ପାଣିଚିରି ପକ୍ଷୀମାନେ ସାତକୋଶିଆ, ମୁଣ୍ଡଳୀ ଏବଂ ଖୁଣ୍ଟୁଣୀ ବନାଞ୍ଚଳର ଏହା ବଂଶ ବିସ୍ତାର କରିଥାନ୍ତି। ଏ ପର୍ଯ୍ୟନ୍ତ ସେଠାରେ ୧୬୫ଟି ପାଣିଚିରି ପକ୍ଷୀମାନେ ବିଚରଣ କରୁଥିବା ବେଳେ ସେମାନେ ମୋଟ ୮୨ଟି ଅଣ୍ଡା ଦେଇଛନ୍ତି।
ସୂଚନା ମୁତାବକ , ମହାନଦୀ ଅବବାହିକାରେ ଅଣ୍ଡା ଦେଲେ ବିଶ୍ଵର ବିରଳ ପ୍ରଜାତିର ପକ୍ଷୀ ଇଣ୍ଡିଆନ ସ୍କାମର ବା ପାଣିଚିରି। ଏହି ଅଞ୍ଚଳରେ ମୋଟ୍ ୧୬୫ଟି ବିରଳ ପ୍ରଜାତିର ପାଣିଚିରି ପକ୍ଷୀ ଆସିବା ସହିତ ଆଜି ଏହି ବିରଳ ପକ୍ଷୀମାନେ ଏ ପର୍ଯ୍ୟନ୍ତ ୮୨ଟି ଅଣ୍ଡା ଦେଇଛନ୍ତି। ତେଣୁ ବନବିଭାଗ ପକ୍ଷରୁ ସେମାନଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଦିଆଯାଇଛି। ସେହି ସ୍ଥାନକୁ ମତ୍ସ୍ୟଜୀବୀ ମାନଙ୍କୁ ଯିବାକୁ ମଧ୍ୟ ମନା କରିଛନ୍ତି ଚିଚିଲିଚିଙ୍କ ସହ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ। ଏହି ଅଞ୍ଚଳକୁ ସୁରକ୍ଷା ବଳୟ ଭିତରେ ରଖିବା ସହ ଅଞ୍ଚଳକୁ ଆସିଥିବା ଅତିଥ୍ ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ନିବେଦନ କରାଯାଇଛି। କାରଣ ବେଳେ ବେଳେ ଏହି ବିରଳ ପକ୍ଷୀମାନଙ୍କୁ ଦେଖିବା ପାଇଁ ଆମେ ସୁଯୋଗ ପାଇଥାଉ। ତେଣୁ ଏମାନଙ୍କୁ ସୁରକ୍ଷା ଦେଲେ ଏହିପରି ଆହୁରି ବିରଳ ପକ୍ଷୀଙ୍କୁ ଦେଖିବାକୁ ଆମକୁ ସୁଯୋଗ ମିଳିବ।