ନୂଆ ଆବିଷ୍କାର କରିଛନ୍ତି ଇସ୍ରୋର ବୈଜ୍ଞାନିକ । ଅଧ୍ୟୟନରୁ ନୂଆ ଖୁଲାସା ହୋଇଛି ଯେ ଚନ୍ଦ୍ରରେ ଆକଳନଠାରୁ ୮ଗୁଣା ଅଧିକ ପାଣି ରହିଛି, ଯାହା ବରଫ ଆକାରରେ ଗଚ୍ଛିତ ହୋଇ ରହିଛି । ଏଥିରେ ସାମିଲ ଅଛନ୍ତି ଇସ୍ରୋର ସ୍ପେଶ୍ ଆପ୍ଲିକେସନ୍ ସେଣ୍ଟର, ଆଇଆଇଟି କାନପୁର, ୟୁନିଭର୍ସିଟି ଅଫ୍ ସଦର୍ଣ୍ଣ କାଲିଫର୍ଣ୍ଣିଆ, ଜେଟ୍ ପ୍ରୋପଲ୍ସନ୍, ଓ ଆଇଆଇଟି ଆଇଏସଏମର ବୈଜ୍ଞାନିକମାନେ ମିଳିତ ଭାବେ ଏହି ଗବେଷଣାମୂଳକ ଆବିଷ୍କାର କରିଛି ।
ଇସ୍ରୋର ନୂଆ ରିପୋର୍ଟ ତଥ୍ୟ ଅନୁଯାୟୀ, ଚନ୍ଦ୍ର ପୃଷ୍ଠର ୨ରୁ ୪ ମିଟର ତଳେ ଆକଳନଠାରୁ ଅଧିକ ବରଫ ରହିଛି । ଏହାକୁ ଖନନ କରାଯାଇ ଉତ୍ତୋଳନ କରାଯାଇପାରିବ ଏବଂ ଏହା ଚନ୍ଦ୍ରର ଦୁଇ ଗୋଲାର୍ଦ୍ଧରେ ଜମା ହୋଇ ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହାଦ୍ୱାରା ମନୁଷ୍ୟ ଜାତି ଦୀର୍ଘ ଦିନ ଯାଏ ଚନ୍ଦ୍ରରେ ବସବାସ କରିପାରିବ ଏବଂ ଏହାଦ୍ୱାରା ଅନେକ ସ୍ପେଶ୍ ଏଜେନ୍ସି ଗୁଡିକୁ ଲାଭ ମଧ୍ୟ ମିଳିବ ।
ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଚନ୍ଦ୍ର ପୃଷ୍ଠରୁ ପ୍ରାୟ ଦୁଇ ଚାରି ମିଟର ତଳେ ଆଶା କରାଯାଉଥିବା ଠାରୁ ଅଧିକ ବରଫ ଆକାରରେ ପାଣି ରହିଛି । ISRO ରିପୋର୍ଟ ଅନୁଯାୟୀ, ଚନ୍ଦ୍ରର ଉତ୍ତର ପୋଲରେ ଦକ୍ଷିଣ ପୋଲ ତୁଳନାରେ ଦୁଇଗୁଣ ଦୁଇଗୁଣ ବରଫ ଅଛି । ଏହି ବରଫ ଚନ୍ଦ୍ରର ପୋଲରୁ କେଉଁଠୁ ଆସିଲା ଏହି ପ୍ରଶ୍ନର ଉତ୍ତରରେ ISRO କହିଛି ଯେ ଏହା ଇମ୍ବ୍ରିଆନ୍ ସମୟର ବିଷୟ ଅଟେ । ସେତେବେଳେ ଚନ୍ଦ୍ର ସୃଷ୍ଟି ହେଉଥିଲା । ଆଗ୍ନେୟଗିରି କାର୍ଯ୍ୟକଳାପରୁ ମୁକ୍ତ ହୋଇଥିବ ଥୁବା ଗ୍ୟାସ୍ ଧୀରେ ଧୀରେ ଲକ୍ଷ ଲକ୍ଷ ବର୍ଷ ତଳେ ଚନ୍ଦ୍ର ଭୂପୃଷ୍ଠରେ ବରଫ ଆକାରରେ ଜମା ହୋଇଗଲା ।