ଆଇପିଏଲ ୨୦୨୪ ର ୫୨ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ଚଳିତ ସିଜିନରେ ଦୁଇ ଦଳ ପୂର୍ବରୁ ଭେଟ ହୋଇଥିବାବେଳେ ବେଙ୍ଗାଲୁରୁ, ଗୁଜୁରାଟ ଉପରେ ଭାରି ପଡିଥିଲା । ୨୦୧ ରନର ଲକ୍ଷ୍ୟକୁ ଚେଜ କରି ବେଙ୍ଗଲୁରୁର ୱିଲ ଜ୍ୟାକ୍ସ ଶତକ ହାସଲ କରିଥିବାବେଳେ ବିରାଟ କୋହଲି ଅପରାଜିତା ରହି ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ବେଙ୍ଗାଲୁରୁ ମ୍ୟାଚ ଜିତିଥିଲେ।
ତେବେ ଆଜି ସନ୍ଧ୍ୟାର ମ୍ୟାଚ ବାଙ୍ଗାଲୋରର ଚିନ୍ନସ୍ୱାମୀରେ ଖେଳାଯିବ । ଚିନ୍ନସ୍ୱାମୀରେ ବ୍ୟାଟ୍ସମ୍ୟାନ ମାନଙ୍କୁ ରନ ବନାଇବା ସହଜ ହୋଇଥାଏ । ଛୋଟ ପଡିଆ ସାଙ୍ଗକୁ ଦ୍ରୁତ ଆଉଟଫିଲ୍ଡ ବୋଲର ମାନଙ୍କୁ ଚିନ୍ତାରେ ପକାଇଥାଏ । ଚିନ୍ନାସ୍ୱାମୀର ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ମୋଟ ୮୮ ଟି ଆଇପିଏଲ ମ୍ୟାଚ ଖେଳାଯାଇଛି । ଏଥିମଧ୍ୟରୁ ୩୭ ଟି ମ୍ୟାଚ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛି। ଏଥି ସହିତ ୪୭ ଟି ମ୍ୟାଚରେ ଚେଜ କରୁଥିବା ଦଳ ମ୍ୟାଚ ଜିତିଛି । ଏହାର ଅର୍ଥ ଏହି ଗ୍ରାଉଣ୍ଡରେ ଚେଜ କରିବା ସହଜ ହୋଇଥାଏ । ତେବେ ଦୁଇ ଦଳ ପୂର୍ବରୁ ୪ ଥର ଭେଟ ହୋଇଥିବାବେଳେ ୨ ଥର ବେଙ୍ଗାଲୁରୁ ଓ ୨ ଥର ଗୁଜୁରାଟ ମ୍ୟାଚ ଜିତିଛି । ପଏଣ୍ଟସ ଟେବୁଲ ଉପରେ ନଜର ପକାଇଲେ ବେଙ୍ଗାଲୁରୁ ପଏଣ୍ଟସ ଟେବୁଲର ଦଶମ ସ୍ଥାନରେ ରହିଛି ଏବଂ ଗୁଜୁରାଟ ଅଷ୍ଟମ ସ୍ଥାନରେ ରହିଛି । ବେଙ୍ଗାଲୁରୁ ପାଇଁ ପ୍ଲେଅଫ୍ସ ଖେଳିବା କଷ୍ଟକର ହୋଇଥିବାବେଳେ ଗୁଜୁରାଟ ପାଇଁ ସାମାନ୍ୟ ସୁଯୋଗ ବାକି ରହିଛି । ତେଣୁ ଗୁଜୁରାଟ ପାଇଁ ଆଜିର ମ୍ୟାଚ ଜିତିବା ବେଶ ଗୁରୁତ୍ୱପୂର୍ଣ୍ଣ ।
ଅଧିକ ପଢନ୍ତୁ : ପ୍ଲେଅଫ୍ସରୁ ବାଦ ପଡିଲା ମୁମ୍ବାଇ !