ଝାରସୁଗୁଡା : ରିଲ୍ସ ନିଶା ପଡ଼ିଲା ମହଙ୍ଗା । ୮ ଜଣଙ୍କୁ ଗିରଫ କଲା ଝାରସୁଗୁଡ଼ା ପୋଲିସ । ୫ଯୁବକ ଓ ୩ ନାବାଳକକୁ ଗିରଫ କରି ଝାରସୁଗୁଡା ପୋଲିସ କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ ହାତରେ ଛୁରି ଧରି ‘ଝାରସୁଗୁଡ଼ାରେ ଖାଲି ଏମିତି ଚାଲେ’ କହି ସାଧାରଣ ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏକ ରିଲ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ। ଯେଉଁଥିପାଇଁ ବାନ୍ଧିଛି ପୋଲିସ।
ତେବେ ବଂଜାରୀ ଅଞ୍ଚଳର ଏହି ଯୁବକଙ୍କ ନାଁରେ ପୂର୍ବରୁ ଅପରାଧିକ ମାମାଲା ରହିଥିବା ପୋଲିସ ଜାଣିବା ପରେ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହିଭଳି ଭିଡ଼ିଓ କରି ଯଦି କେହି ଲୋକଙ୍କୁ ଭୟଭୀତ ବା ଭ୍ରମିତ କରିବାକୁ ଚେଷ୍ଟା କରେ ଝାରସୁଗୁଡା ପୋଲିସ ହାତବାନ୍ଧି ବସିବ ନାହିଁ ବୋଲି ଏସପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ଚେତାବନୀ ଦେଇଛନ୍ତି ।