ମୁମ୍ବାଇର ଘରୋଇ ମୈଦାନ ୱାନଖେଡେରେ କୋଲକାତା ନାଇଟ ରାଇଡ଼ର୍ସ, ମୁମ୍ବାଇକୁ ପରାସ୍ତ କରିବା ସହ ମୁମ୍ବାଇ ଇଂଡିଆନ୍ସର ପ୍ଲେଅଫ୍ସ ଖେଳିବା ସ୍ବପ୍ନକୁ ମଧ୍ୟ ଭାଙ୍ଗି ଦେଇଛି । ଲଗାତାର ୪ ଟି ମ୍ୟାଚରେ ପରାଜୟ ପରେ ମୁମ୍ବାଇ ଚଳିତ ସିଜିନରେ ୧୧ ଟି ମ୍ୟାଚରୁ ୮ ଟି ମ୍ୟାଚରେ ପରାସ୍ତ ହୋଇଛି । ଗତ ସନ୍ଧ୍ୟାରେ ଭଲ ଆରମ୍ଭ ସତ୍ୱେ ମୁମ୍ବାଇ ମ୍ୟାଚ ଜିତିବାରେ ଅସଫଳ ହୋଇଛି । କୋଲକାତା ୫୭ ରନରେ ୫ ଟି ୱିକେଟ୍ ହରାଇଥିଲାବେଳେ ଭେଙ୍କଟେଶ ଆୟର ଏବଂ ମନୀଷ ପାଣ୍ଡେ କୋଲକାତାକୁ ନିର୍ଦ୍ଧାରିତ ୨୦ ଓଭରରେ ୧୬୯ ରନରେ ପହଞ୍ଚାଇଥିଲେ । କୋଲକାତା ୨୪ ରନ ମ୍ୟାଚ ଜିତିବା ସହ ଭେଙ୍କଟେଶ ଆୟରଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଥିଲା ।
ମୁମ୍ବାଇର ଦ୍ରୁତ ବୋଲର ୱାନଖେଡେରେ କୋଲକାତାର ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଥିଲେ । ନୁୱନ ଥୁସାରା ୩ ଟି ୱିକେଟ୍ ନେଇଥିଲାବେଳେ ଯଶପ୍ରୀତ ବୁମରା ୩ ଟି , ହାର୍ଦ୍ଦିକ ପାଣ୍ଡ୍ୟା ୨ ଟି ନେଇଥିଲେ । ପିୟୁଷ ଚାୱଲା ଗୋଟେ ୱିକେଟ୍ ନେଇଥିଲାବେଳେ ଆନ୍ଦ୍ରେ ରସଲ ରନ ଆଉଟ ହୋଇଥିଲେ । ଭେଙ୍କଟେଶ ଆୟର ୭୦ ରନ କରିଥିବାବେଳେ ମନୀଷ ପାଣ୍ଡେ ୪୨ ରନ ସଂଗ୍ରହ କରିଥିଲେ । ଦ୍ଵିତୀୟ ଇନିଂସରେ ମୁମ୍ବାଇର ଲଗାତାର ୱିକେଟ୍ ପଡିବା ଫଳରେ ୧୪୫ ରନରେ ଅଲ ଆଉଟ ହୋଇଥିଲା । ମିଚିଲ ଷ୍ଟାର୍କ ୪ଟି ୱିକେଟ୍ ନେଇଥିଲେ ଏବଂ ବରୁନ ଚକ୍ରବର୍ତ୍ତୀ, ସୁନୀଲ ନାରୀନ ଓ ରସେଲ ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏହା ସହ କୋଲକାତା ୧୦ଟି ମ୍ୟାଚରୁ ୭ ଟି ବିଜୟ ସହ ପଏଣ୍ଟସ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି ।
ଅଧିକ ପଢନ୍ତୁ : ଟି -୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ଆଫଗାନିସ୍ତାନ