ଆଫଗାନିସ୍ତାନ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଷ୍ଟାର ଅଲରାଉଣ୍ଡର ରାଶିଦ ଖାନ ଟି -୨୦ ବିଶ୍ୱକପରେ ଆଫଗାନିସ୍ତାନର ନେତୃତ୍ୱ ନେବେ। ତେବେ ୨୦୨୩ ଦିନିକିଆ ବିଶ୍ୱକପରେ ଆଫଗାନିସ୍ତାନର ପ୍ରତିନିଧିତ୍ବ କରୁଥିବା ହାଶମତୁଲ୍ଲା ଶାହିଦି ଦଳରେ ସ୍ଥାନ ପାଇନାହାଁନ୍ତି। ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆ ମାଧ୍ୟମରେ ଦଳ ଘୋଷଣା କରିଛି। ଅଲରାଉଣ୍ଡର ଭୂମିକାରେ ରାଶିଦ ଖାନ, ଅଜମତୁଲ୍ଲା ଓମାରଜାଇ, ମହମ୍ମଦ ନବୀ, କରିମ ଜନତ ଏବଂ ନଙ୍ଗାୟଲ ଖରୋତି ଦଳରେ ସାମିଲ ହୋଇଛନ୍ତି । ମୁଜିବ ଉର ରେହମାନ ଏବଂ ନୁର ଏହମ୍ମଦ ସ୍ପିନର ଭାବରେ ଚୟନ ହୋଇଛନ୍ତି । ଦ୍ରୁତ ବୋଲର ଭାବେ ନବୀନ ଉଲ ହକ, ଫଜଲହକ୍ ଫାରୁକି ଏବଂ ଫରିଦ ଅହମ୍ମଦ ସ୍ଥାନ ପାଇଛନ୍ତି।
ଟୁର୍ନାମେଣ୍ଟରେ ଆଫଗାନିସ୍ତାନ ଗ୍ରୁପ୍-ସି ରେ ରହିଛି । ଆଫଗାନିସ୍ତାନ, ନ୍ୟୁଜିଲ୍ୟାଣ୍ଡ ସହିତ ଉପ-ଆୟୋଜକ ୱେଷ୍ଟଇଣ୍ଡିଜ, ଉଗାଣ୍ଡା ଏବଂ ପାପୁଆ ନ୍ୟୁ ଗିନି ଏହି ଗ୍ରୁପରେ ସ୍ଥାନ ପାଇଛନ୍ତି। ରାଶିଦ ଖାନଙ୍କ ନେତୃତ୍ୱାଧୀନ ଆଫଗାନିସ୍ତାନ ଦଳ ଉଗାଣ୍ଡା ବିପକ୍ଷରେ ଟି-୨୦ ବିଶ୍ୱକପର ଅଭିଯାନ ଆରମ୍ଭ କରିବ।
ଟି-୨୦ ବିଶ୍ୱକପ ପାଇଁ ଆଫଗାନିସ୍ତାନର ୧୫ ଜଣିଆ ଦଳ : ରାଶିଦ ଖାନ (ଅଧିନାୟକ), ରହମାନୁଲ୍ଲା ଗୁର୍ବାଜ, ଇବ୍ରାହିମ ଜାଦ୍ରାନ, ଆଜାମତୁଲ୍ଲା ଓମାରଜାଇ, ନଜିବୁଲ୍ଲା ଜଦ୍ରାନ, ମହମ୍ମଦ ଇଶାକ, ମହମ୍ମଦ ନବୀ, ଗୁଲବାଦ୍ଦିନ ନାଏବ, କରିମ ଜନତ, ନଙ୍ଗାୟଲ ଖରୋତି, ମୁଜିବ ଉର ରେହମାନ, ନୁର ଅହମ୍ମଦ, ନବୀନ ଉଲ ହକ, ଫଜଲହକ୍ ଫାରୁକି ଏବଂ ଫରିଦ ଅହମ୍ମଦ
ଅଧିକ ପଢନ୍ତୁ : ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ