ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ରୋହିତ ଶର୍ମାଙ୍କ ପ୍ରତିନିଧିତ୍ୱରେ ଭାରତୀୟ ଦଳ ପଡ଼ିବାକୁ ଓହ୍ଲାଇବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଉପ-ଅଧିନାୟକ ରୂପେ ଚୟନ କରାଯାଇଛି । ଏହା ସହ ବ୍ୟାଟ୍ସମ୍ୟାନ ରୂପେ ୟଶସ୍ଵୀ ଜେସୱାଲ, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାରଙ୍କୁ ଦଳରେ ସ୍ଥାନ ମିଳିଛି । ଭାରତୀୟ ଦଳ ପାଇଁ ଦୁଇ ୱିକେଟ୍ କିପର ଋଷବ ପନ୍ତ ଏବଂ ସଂଜୁ ସାମସନଙ୍କୁ ଦଳରେ ସ୍ଥାନ ମିଳିଛି । ଅଲ ରାଉଣ୍ଡର ଭୂମିକାରେ ଶିବମ ଦୁବେ, ଅକ୍ସର ପଟେଲ ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିଛି । ଏହା ସହ ଦଳକୁ ଫେରିଛନ୍ତି ଅଭିଜ୍ଞ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ତାଙ୍କ ସହ ସ୍ପିନ ବୋଲିଂ ପାଇଁ କୁଲଦୀପ ଯାଦବଙ୍କୁ ଚୟନ କରାଯାଇଛି । ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ ଏବଂ ମହମ୍ମଦ ଶିରାଜଙ୍କୁ ଚୟନ କରାଯାଇଛି । ଏହା ବ୍ୟତୀତ ଅତିରିକ୍ତ ଖେଳାଳି ଭାବେ ଶୁଭମନ ଗିଲ, ରିଙ୍କୁ ସିଂ, ଖଲିଲ ଏହମଦ ଓ ଆଭେଶ ଖାନଙ୍କୁ ଚୟନ କରାଯାଇଛି ।
ତେବେ ଟି୨୦ ବିଶ୍ୱକପ ଜୁନ ୧ ରୁ ଆରମ୍ଭ ହେବ । ଚଳିତ ବିଶ୍ୱକପ ପାଇଁ ୨୦ ଟି ଦଳ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ୫ ଟି ଟିମ ବିଶିଷ୍ଟ ୪ ଟି ଗ୍ରୁପ ହୋଇଥିବାବେଳେ ଗ୍ରୁପ-ଏ ରେ ଭାରତ ଅଛି । ଭାରତ ସହିତ ପାକିସ୍ତାନ, ଆୟାରଲ୍ୟାଣ୍ଡ, କାନାଡ଼ା ଓ ଯୁକ୍ତ ରାଷ୍ଟ୍ର ଆମେରିକା ରହିଛନ୍ତି । ଭାରତର ପ୍ରଥମ ମ୍ୟାଚ ଆୟାରଲ୍ୟାଣ୍ଡ ବିଅପକ୍ଷରେ ୫ ଜୁନରେ ଖେଳାଯିବ ।
ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ : -
ବ୍ୟାଟ୍ସମ୍ୟାନ : ରୋହିତ ଶର୍ମା(ଅଧିନାୟକ), ୟଶସ୍ଵୀ ଜେସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ
ୱିକେଟ୍ କିପର : ଋଷଭ ପନ୍ତ, ସଂଜୁ ସାମସନ
ଅଲରାଉଣ୍ଡର : ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ସର ପଟେଲ
ବୋଲର : କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମରା, ମହମ୍ମଦ ଶିରାଜ
ଅଧିକ ପଢନ୍ତୁ : ଟି -୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ