ନୂଆଦିଲ୍ଲୀ: ଜାପାନ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ବିଜୟ ହାସଲ କରିବା ପରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ପାଇଁ ଆସିଛି ଆଉ ଏକ ବଡ଼ ଖୁସି ଖବର। ଆଇସିସିର ସଦ୍ୟତମ ଟି-୨୦ ଟିମ୍ ରାଙ୍କିଂରେ ଭାରତ ପୁଣି ଥରେ ବିଶ୍ୱର ନମ୍ବର-୧ ଦଳ ପାଲଟିଛି। ଇଂଲଣ୍ଡକୁ ପଛରେ ପକାଇ ଟିମ୍ ଇଣ୍ଡିଆ ଶୀର୍ଷ ସ୍ଥାନ ଦଖଲ କରିବା ସହ ନିଜର ପ୍ରଭୁତ୍ୱ ଜାହିର କରିଛି।
ବର୍ଷା ବାଧାପ୍ରାପ୍ତ ୫-୫ ଓଭରର ଏହି ମ୍ୟାଚରେ ଜାପାନକୁ ୨ ରନରେ ହରାଇବା ପରେ ଭାରତ ନିଜ ନାମରେ କେବଳ ୨୦୦ତମ ବିଜୟର ରେକର୍ଡ଼ ଯୋଡ଼ିନାହିଁ, ବରଂ ଆଇସିସି ରାଙ୍କିଂରେ ମଧ୍ୟ ପ୍ରଥମ ସ୍ଥାନକୁ ଫେରିଛି। ଏହି ବିଜୟ ସହ ଭାରତୀୟ ଦଳ ୨୬୭ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ୨୬୫ ରେଟିଂ ପଏଣ୍ଟ ସହ ଇଂଲଣ୍ଡ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି।
ସୂଚନାଯୋଗ୍ୟ ଯେ, ଗତ କିଛି ସମୟ ଧରି ଟି-୨୦ ରାଙ୍କିଂର ଶୀର୍ଷ ସ୍ଥାନ ପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର ଚାଲିଥିଲା। ତେବେ ମଙ୍ଗଳବାର ମ୍ୟାଚରେ ଜାପାନ ବିପକ୍ଷରେ ଅକ୍ଷର ପଟେଲଙ୍କ ଶେଷ ଓଭର ବୋଲିଂ ଏବଂ ଶ୍ରେୟସ ଆୟରଙ୍କ ଗୁରୁତ୍ୱପୂର୍ଣ୍ଣ ରନ୍ ବଳରେ ଦଳ ବିଜୟୀ ହୋଇ ଏହି ସଫଳତା ହାସଲ କରିଛି।
ଟପ୍-୧୦ ଟି-୨୦ ଦଳ
୧ – ଭାରତ
୨ – ଇଂଲଣ୍ଡ
୩ – ଅଷ୍ଟ୍ରେଲିାା
୪ – ନ୍ୟୁଜିଲାଣ୍ଡ
୫ – ଦକ୍ଷିଣ ଆଫ୍ରିକା
୬ – ପାକିସ୍ତାନ
୭ – ଓ୍ଵେଷ୍ଟଇନ୍ଡିଜ
୮ – ବାଂଲାଦେଶ
୯ – ଶ୍ରୀଲଙ୍କା
୧୦ - ଆଫଗାନିସ୍ତାନ