ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ଦ୍ରୁତ ବୋଲର୍ ମହମ୍ମଦ ସିରାଜଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଗାମୀ ରଣଜୀ ଟ୍ରଫି ପାଇଁ ମହମ୍ମଦ ସିରାଜଙ୍କୁ ହାଇଦ୍ରାବାଦ କ୍ରିକେଟ୍ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି।
ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ (HCA) ପକ୍ଷରୁ ସିରାଜଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ୍ରେ ନିଜର ଦମଦାର ପ୍ରଦର୍ଶନ ବଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସିରାଜ ଏବେ ଘରୋଇ ଟିମ୍କୁ ଆଗେଇ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ଦଳର ଯୁବ ଖେଳାଳିଙ୍କୁ ମିଳିବ ପ୍ରେରଣା
ଜଣେ ଅଭିଜ୍ଞ ତଥା ଆନ୍ତର୍ଜାତୀୟ ସ୍ତରର ଖେଳାଳି ଭାବେ ସିରାଜଙ୍କ ଅଧିନାୟକତ୍ୱ ହାଇଦ୍ରାବାଦ ଦଳର ଯୁବ ଖେଳାଳିଙ୍କ ମନୋବଳକୁ ବହୁଗୁଣିତ କରିବ। ତାଙ୍କର ଏହି ନେତୃତ୍ୱ ଦଳକୁ ଏକ ନୂତନ ଶକ୍ତି ଯୋଗାଇବ ବୋଲି କ୍ରିକେଟ୍ ବିଶ୍ଳେଷକମାନେ ମତ ଦେଇଛନ୍ତି।