ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆଜି ୩୬ ପ୍ରଦେଶ ପାଇଁ ରାଷ୍ଟ୍ରୀୟ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କୁ ନିଯୁକ୍ତ କରିଛି । ଯେଉଁଥିରେ ଦଳର ବହୁ ହେଭିୱେଟ୍ ନେତାଙ୍କୁ ଭିନ୍ନ ରାଜ୍ୟର ଦାୟିତ୍ୱ ମିଳିଛି । କେବଳ ସ୍ମୃତି ଇରାନୀ ଏବଂ ସୁନିଲ ବଂଶଲଙ୍କ ଦଳ ଦୁଇ ଦୁଇଟି ରାଜ୍ୟର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବାକୁ ନିଯୁକ୍ତି ଦେଇଛି । ସ୍ମୃତି ଛତିଶଗଡ଼ ଏବଂ ହରିୟାଣାର ପ୍ରଭାରୀ ହୋଇଥିବାବେଳେ ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର ପ୍ରଭାରୀ ହୋଇଛନ୍ତି ସୁନିଲ ବଂଶଲ ।
ସ୍ମୃତି ଇରାନୀ ଲୋକସଭା ନିର୍ବାଚନ ହାରିବା ପରେ କିଛି ଦିନର ବ୍ୟବଧାନ ପରେ ଦଳୀୟ ସାଙ୍ଗଠନିକ ଦାୟିତ୍ୱକୁ ଫେରିଛନ୍ତି । ନିକଟରେ
ବିହାରର ଅନେକ ନେତାଙ୍କୁ ଜାତୀୟ ସ୍ତରର ଦାୟିତ୍ୱ ମିଳିଛି । ବିହାର ପୂର୍ବତନ ବିଜେପି ସଭାପତି ମଙ୍ଗଲ ପାଣ୍ଡେ ଆସାମ ପ୍ରଭାରୀ ହୋଇଥିବାବେଳେ ଦେବେଶ କୁମାର ଅରୁଣାଚଳ ପ୍ରଦେଶର ପ୍ରଭାରୀ ହୋଇଛନ୍ତି । ସେହିପରି ନିବେଦିତା ସିଂହ ଝାଡ଼ଖଣ୍ଡ ଏବଂ ରାଜେନ୍ଦ୍ର ସିଂହ ଓ ପିଙ୍ଗି କୁଶୱାହା ପଶ୍ଚିମବଙ୍ଗର ସହ ପ୍ରଭାରୀ ଦାୟିତ୍ୱ ସମ୍ଭାଳିବେ ।
ସେହିପରି ଜୟପ୍ରକାଶ ଆଣ୍ଡାମାନ ନିକୋବର, ଦେବେଶ କୁମାର ଅରୁଣାଚଳ ପ୍ରଦେଶ, ଡା ଅରବିନ୍ଦ ଭଦୋରିଆ ଆନ୍ଧ୍ର ପ୍ରଦେଶ, ମଙ୍ଗଲ ପାଣ୍ଡେ ଆସାମ, ହରିଶ ଦ୍ବିବେଦୀ ବିହାର, ମହେନ୍ଦ୍ର ପାଣ୍ଡେ ଚଣ୍ଡିଗଡ଼ର ପ୍ରଭାରୀ ହୋଇଛନ୍ତି ।
ସେହିପରି ଦାଦ୍ରା ନଗର ହବେଳିରେ ବର୍ଷାବେନ୍ ନରେନ୍ଦ୍ରଭାଇ, ଦିଲ୍ଲୀରେ ବିନୟ ସହସ୍ର ବୁଦ୍ଧେ, ଗୋଆରେ ଭାରତୀ ପ୍ରବୀଣ ପାୱାର, ଗୁଜରାଟରେ ତରୁଣ ଚୁଗ୍, ହିମାଚଳ ପ୍ରଦେଶରେ ଶ୍ରୀକାନ୍ତ ଶର୍ମା, ଜାମ୍ମୁ-କଶ୍ମୀର ସତୀଶ ପୁନିଆଁ, ଝାଡ଼ଖଣ୍ଡରେ ଗଜେନ୍ଦ୍ର ପଟେଲ, କର୍ଣ୍ଣାଟକରେ ହରିଶ ଦ୍ୱିବେଦୀ, କେରଳମରେ ଏମ୍ ନାଗରାଜ, ଲଦାଖରେ ରାଜକୁମାର ଭାଟିଆ, ଲାକ୍ଷାଦୀପରେ ଜର୍ଜ କୁରିଅନ, ମଧ୍ୟପ୍ରଦେଶରେ ବିପ୍ଳବ କୁମାର ଦେବ, ମଣିପୁରରେ ରାଜଦୀପ ରାୟ ଏବଂ ମେଘାଳୟରେ କନାଦ ପୁରକାୟସ୍ଥ ପ୍ରଭାରୀ ହୋଇଛନ୍ତି ।
ମିଜୋରାମ ପାଇଁ ଡାକ୍ତର ଭାଗବତ କରାଡ଼, ନାଗାଲାଣ୍ଡ ଅନିଲ ଏଣ୍ଟନୀ, ଓଡ଼ିଶା ଡି ପୁରୁନ୍ଦେଶ୍ୱରୀ, ପୁଡ଼ୁଚେରୀ କେ ସରେନ୍ଦ୍ରନ, ପଞ୍ଜାବ ସତୀଶ ପୁନିୟା, ରାଜସ୍ଥାନ ସଂଞ୍ଜୟ ଭାଟିୟା, ସିକ୍କିମ ରାଜୁ ବିଷ୍ଟ, ତାମିଲନାଡୁ ରାମ ମାଧବ, ତ୍ରିପୁରା ମୁଗାଙ୍କା ଦେବ ବର୍ମନ, ଉତ୍ତର ପ୍ରଦେଶ ବିନୋଦ ତାବଡ଼େ ଏବଂ ଉତ୍ତରାଖଣ୍ଡ ପାଇଁ ରାମ ମାଧବ ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି ।