ଆଜି ୫୮ ବର୍ଷରେ ପାଦ ରଖିଛନ୍ତି ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଆସୁଛନ୍ତି ଓଲିଉଡ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ଯିଏ କି ଘରେ ଘରେ ମୁନ୍ନା ଭାଇ ନାଁରେ ବେଶ ପରିଚିତ। ଏହି ଅବସରରେ ଫ୍ୟାନ୍ସ ଏବଂ ତାରକାଙ୍କଠାରୁ ଅଭିନେତାଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ। ସିଦ୍ଧାନ୍ତ ମହାପାତ୍ର ଅଭିନୟ ସହିତ ରାଜନୀତିରେ ମଧ୍ୟ ସେ ବେଶ ଚର୍ଚ୍ଚିତ ଥିଲେ। ସେ ୧୦୦ ରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରି ବେଶ ଲୋକପ୍ରିୟତା ସହ ସଫଳତା ହାସଲ କରିଥିବା ବେଳେ ସେ ବ୍ରହ୍ମପୁରର ସଂସଦ ରୂପେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।
ସୂଚନା ଅନୁଯାୟୀ, ୪ ମେ ୧୯୬୬ ମସିହାରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଏବଂ ମାଆ ଉଭୟ ଡାକ୍ତର ଥିବା ବେଳେ ତାଙ୍କର ପିଲା ବେଳରୁ ହିଁ ଅଭିନୟ ପ୍ରତି ଆଗ୍ରହ ଥିଲା। ତେଣୁ ସିଦ୍ଧାନ୍ତ ୧୯୯୦ରେ ପଥର ଖସୁଛି ବଡ ଦେଉଳରୁ ଓଲିଉଡ୍ରେ ଡେବ୍ୟୁ କରିଥିଲେ। ଏହାପରେ ପୁଣି ଓଡ଼ିଆ ଫିଲ୍ମ ଶ୍ରଦ୍ଧାଞ୍ଜଳିରେ ନଜର ଆସିଥିଲେ ସୁପରଷ୍ଟାର ସିଦ୍ଧାନ୍ତ। ତାପଏହାପରେ ଗୋଟିଏ ଗୋଟିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିଣିପାରିଥିଲେ। ଭାଇ ହେଲା ଭଗାରୀ, ରଣଭୂମି, କଳା ମାଣିକ, ସାଖି ରହିଲା ଏ ସିଂହଦ୍ୱାର ପରି ଅନେକ ତାଙ୍କର ସୁପରହିତ ଫିଲ୍ମ ସବୁ ଦର୍ଶକ ଦେଖିବାକୁ ପାଇଥିଲେ। ଅଭିନୟ ପରେ ତାଙ୍କର ରାଜନୀତିରେ ମଧ୍ୟ ବେଶ ଆଗ୍ରହ ବଢିଥିଲା। ଏହାପରେ ସେ ନିଜର ଜନ୍ମଭୁମିରୁ ସଂସଦ ପ୍ରାର୍ଥୀ ଵାହବେ ସେ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ। ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି।