ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଦିଲ୍ଲୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉଜ ଆଭେନ୍ୟୁ କୋର୍ଟଓ ସୁପ୍ରିମକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସେ ଦିଲ୍ଲୀ ହାଇକୋର୍ଟରେ ପୁଣି ଥରେ ଜାମିନ ପାଇଁ ଆବେଦନ କରିଛନ୍ତି। ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଉଭୟ ମାମଲାରେ ଜାମିନ ପାଇଁ ସେ ଆବେଦନ କରିଛନ୍ତି।
ସୂଚନା ମୁତାବକ, ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ଦିଲ୍ଲୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତେବେ ଜେଲ ରୁ ଜାମିନ ପାଇବା ପାଇଁ ସେ ଅନେକ ଥର ଆବେଦନ କରିଛନ୍ତି ହେଲେ ତାହା ଖାରଜ ହୋଇଯାଇଛି। ତେଣୁ ସେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଉଭୟ ମାମଲାରେ ଜାମିନ ପାଇବା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ତତ୍ତ୍କାଳ ଶୁଣାଣି ପାଇଁ କୋର୍ଟରେ ଗୁହାରି କରାଯାଇଛି। ତେବେ ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବା ନେଇ ଜଷ୍ଟିସ୍ ମନମୋହନ ଓ ଜଷ୍ଟିସ ମନମିତ ପିଏସ୍ ଅରୋରା କହିଛନ୍ତି। ତେବେ ଦିଲ୍ଲୀ ହାଇକୋର୍ଟର ଶୁଣାଣି ପରେ ଜଣାପଡିବ ଯେ ମନୀଷ ସିସୋଦିଆଙ୍କୁ ଜାମିଲ ମିଳିବ କି ନାହିଁ।