ସ୍କୁଲ ଭିତରେ ପିଟାପିଟି ହେଲେ ଶିକ୍ଷୟିତ୍ରୀ । ଶିକ୍ଷା ଦାନ କରିଥାଇ ମଧ୍ୟ ଭୁଲିଗଲେ ଶିଷ୍ଟାଚାର । ସାମାନ୍ୟ କଥାକୁ ନେଇ ଝଗଡା ଲଗାଇଲେ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ । ବିଦ୍ୟାଳୟ ହେଉଛି ଏକ ପବିତ୍ର ସ୍ଥାନ । ଯେଉଁଠାରେ ପିଲାମାନଙ୍କ ଭବିଷ୍ୟତ ଗଢାଯାଏ । କିନ୍ତୁ ଭବିଷ୍ୟତ ଗଢୁଥିବା ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ସାମାନ୍ୟ ବଚସା ପାଇଁ ମାରପିଟ ହେଉଛନ୍ତି ଏଭଳି ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ ।
ସୂଚନା ଅନୁଯାୟୀ,ଉତ୍ତରପ୍ରଦେଶ ଆଗ୍ରାରେ ଏକ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଶିକ୍ଷୟିତ୍ରୀ ବିଳମ୍ବରେ ସ୍କୁଲ ଆସିଥିଲେ। ସେ ବିଳମ୍ବରେ ଆସିଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ରାଗିଯାଇ ଗାଳିଗୁଲଜ ଆରମ୍ଭ କରିଥିଲେ । ଏହାପରେ ଶ୍ରେଣୀ ଶିକ୍ଷୟିତ୍ରୀ ଜଣକ ତାଙ୍କୁ ମୁଁହରେ ଜବାବ ଦେଇଥିଲେ । ଝଗଡ଼ାତ ଅଧିକ ହେବାରୁ ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା । ଶିକ୍ଷୟିତ୍ରୀ ଜଣକ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୋଷକା ମଧ୍ୟ ଚିରିଦେଲେ। ସ୍କୁଲର ଶିକ୍ଷକମାନେ ତାଙ୍କୁ ଅଟକାଇଥିଲେ । ବିଦ୍ୟାଳୟରେ ଏଭଳି କାର୍ଯ୍ୟ ପାଇଁ ସମସ୍ତେ ନିନ୍ଦା କରୁଛନ୍ତି।