ବ୍ରାଜିଲରେ ପ୍ରବଳ ବର୍ଷା ପାଇଁ ମାଟି ଅତଡା ଖସି ୩୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬୮ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ପ୍ରବଳ ବର୍ଷା କାରଣରୁ ଡ୍ୟାମ୍ ଭୁଶୁଡିବା ସହିତ ବନ୍ୟା ଜଳରେ ଅନେକ ଲୋକମାନେ ମଧ୍ୟ ବନ୍ୟାସ୍ରୋତରେ ଭାସି ଯାଇଛନ୍ତି। ତେଣୁ ଉଦ୍ଧାରକାରୀ ଟିମ୍ ପକ୍ଷରୁ ସେମାନଙ୍କୁ ଖୋଜାଖୋଜି ଚାଲିଥିବା ବେଳେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ସୂଚନା ମୁତାବକ, ଦେଶର ଦକ୍ଷିଣରେ ଥିବା ରିଓ ଗ୍ରାନ୍ଦେ ଡୁ ସୁଲ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଫଳରେ ବିଭିନ୍ନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ଅନେକ ସ୍ଥାନରେ ମାଟି ଅତଡା ଖସିବା ସହ ଡ୍ୟାମ୍ ଭୁଶୁଡି ପଡିଛି। ଏହି ବର୍ଷା ଫଳରେ ବିଦ୍ୟୁତ୍ ସେବା ମଧ୍ୟ ବିଛିନ୍ନ ହୋଇଯାଇଥିବା ବେଳେ ଅନେକ ଘରଦ୍ୱାର ମାଟି ତଳେ ଧସି ହୋଇଯାଇଛି। ମାଟି ଅତଡା ଖସି ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ୬୮ ଜଣ ନିଖୋଜ ଅଛନ୍ତି। ତେଣୁ ଉଦ୍ଧାରକାରୀ ଟିମ୍ ପକ୍ଷରୁ ସେମାନଙ୍କୁ ଖୋଜାଖୋଜି ଚାଲିଥିବା ବେଳେ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ତେବେ ଏ ପର୍ଯ୍ୟନ୍ତ ମଧ୍ୟ ସେଠାରେ ଉଦ୍ଧାରକରି ଟିମ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।