ଖାଇକୁ ଖସିଲା କାର:୫ ମୃତ 04/05/2024 Share story: ମୁସୁରୀ - ଡେରାଡୁନ ଜାତୀୟ ରାଜପଥରେ ଏକ ବଡ ସଡକ ଦୁର୍ଘଟଣା ଘଟିଯାଇଛି । ଭାରସାମ୍ୟ ହରାଇ ଏକ କାର୍ ଖାଇକୁ ଖସିପଡିଛି । ଫଳରେ ଏଥିରେ ପାଂଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଶନିବାର ଭୋର ୫ ଟା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡିଥିଲା । ଫଳରେ ସେଥିରେ ଥିବା ମୋଟ ୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଖବର ପାଇ ସ୍ଥାନୀୟ ଲୋକ ଗୁରୁତର ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତି କରିଥିବା ବେଳେ ହସ୍ପିଟାଲରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । dehradun accident Henilprava Swain, Author, 04/05/2024