ପାର୍ସଲ ଖୋଲିଲାବେଳେ ବିସ୍ଫୋରଣ । ଅନଲାଇନ ମଗାଇଥିବା ପାର୍ସଲ ଖୋଲିଲାବେଳେ ବିସ୍ଫୋରଣ ହେଲା । ଏହି ବିସ୍ଫୋରଣ ଫଳରେ ଚାଲିଗଲା ବାପା ଓ ଝିଅର ଜୀବନ । ଏଥିସହ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । କିଛି କ୍ଷଣ ମଧ୍ୟରେ ସବୁକିଛି ସରିଗଲା । ଅନଲାଇନ ମାଧ୍ୟମରେ ମଗାଇଥିବା ପାର୍ସଲ ଖୋଲିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଗୁଜୁରାଟର ସାବରକାଣ୍ଡ ଅଞ୍ଚଳରୁ ।
ସୂଚନା ଅନୁଯାୟୀ,ଗୁଜୁରାଟର ସାବରକାଣ୍ଡ ଅଞ୍ଚଳରେ ଏକ ବ୍ୟକ୍ତି ଅନଲାଇନ ମାଧ୍ୟମରେ କିଛି ମାଗିଥିଲେ । ପାର୍ସଲ ଆସି ପହଞ୍ଚିବା ପରେ ପରିବାର ଲୋକେ ଏକାଠି ବସି ସେହି ପାର୍ସଲକୁ ଖୋଲୁଥିଲେ। ସେହି ସମୟରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ଫଳରେ ନିଆଁ ବ୍ୟାପିଯାଇଥିଲା । ଯାହାଫଳରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିଲା । ଏଥିସହ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଥିଲା । ମୃତ ବ୍ୟକ୍ତି ଦୁଇଜଣ ବାପା ଓ ଝିଅ ବୋଲି ସୂଚନା ମିଳିଛି । ଅନ୍ୟପଟେ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନେ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ :ଜିମ୍ରେ ଏକ୍ସରସାଇଜ ବେଳେ ଚାଲିଗଲା ଯୁବକଙ୍କ ଜୀବନ