ଜିମ୍ରେ ବ୍ୟାୟାମ କରୁଥିବାବେଳେ ଚାଲିଗଲ ୩୨ ବର୍ଷୀୟ ଯୁବକଙ୍କ ଜୀବନ। ସିସିଟିଭିରେ କଏଦ ହୋଇଛି ଏହି ଦୁଃଖଦ ଘଟଣା । ଉତ୍ତର ପ୍ରଦେଶ ବାରାଣସୀରେ ଘଟିଛି ଏଭଳି ଦୁଃଖଦପୁର୍ଣ ଘଟଣା। ତେବେ ମୃତ ଯୁବକ ଜଣଙ୍କ ବାରାଣସୀ ବୋଲି ଜଣାପଡିଛି। ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ବାରାଣାସୀରେ ରହୁଥିବା ଦୀପକ ବଡି ବିଲିଂ କରିବା ନିମନ୍ତେ ନିୟମିତ ରୂପେ ଜିମ୍ ଯାଉଥିଲେ। ସେଠାରେ ଏକ୍ସରସାଇଜ କରୁ କରୁ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହେଲା ଓ ସେ ସେଠାରେ ନିଜ ମୁଣ୍ଡରେ ହାତ ରଖ୍ ବସି ପଡ଼ିଲେ। କିଛି ସମୟ ପରେ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଚଟାଣରେ ପଡ଼ି ଛଟପଟ ହେବାକୁ ଲାଗିଲେ। ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ। ମୃତକ ଜଣକ ହେଉଛନ୍ତି ୩୨ ବର୍ଷୀୟ ଦୀପକ ଗୁପ୍ତା। ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ଦୀପକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏହି ଘଟଣା ପରେ ଚାରିଆଡେ ଦୁଃଖର ବାତାବରଣ ଛାଇ ଯାଇଛି।