୮ ମଇ ୨୦୨୪ (ବୁଧବାର) ରେ ଏୟାର ଇଣ୍ଡିଆ ଏକ୍ସପ୍ରେସର କ୍ରୁ ସଦସ୍ୟ ଶେଷ ମୁହୂର୍ତ୍ତରେ ଅସୁସ୍ଥତା କାରଣ ଦର୍ଶାଇ ସମୂହ ଛୁଟି ନେଇଥିଲେ, ଯାହା ବିମାନ ଚଳାଚଳ ଉପରେ ପ୍ରଭାବ ପକାଇଥିଲା। ୯୦ ରୁ ଅଧିକ ବିମାନ ବାତିଲ କରାଯାଇଥିଲା। ବିମାନ ବାତିଲ ହେତୁ ହଜାର ହଜାର ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଟିକେଟ୍ ଫେରସ୍ତ ବ୍ୟତୀତ ଯାତ୍ରୀମାନଙ୍କୁ ଅନ୍ୟ ବିମାନ ବାଛିବା ପାଇଁ ବିକଳ୍ପ ଦେଇଥିଲା ଏୟାର ଇଣ୍ଡିଆ। ଏବେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନ୍ସ ପ୍ରାୟ ୨୫ କର୍ମଚାରୀଙ୍କୁ ବରଖାସ୍ତ କରିଛି । ଏହା ବ୍ୟତୀତ ଏୟାରଲାଇନ୍ସ ଗୁରୁବାର ଅପରାହ୍ନ ୪ ଟା ଅନ୍ୟ କ୍ର୍ୟୁ ସଦସ୍ୟଙ୍କୁ କାମକୁ ଫେରିବା ପାଇଁ ଶେଷ ଚେତାବନୀ ଦେଇଛି । ଅପରେସନ୍ ବ୍ୟାଘାତ ଏବଂ ଚାକିରିର ସର୍ତ୍ତାବଳୀ ଉଲ୍ଲଂଘନ କରି ବିମାନ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି। ଏହା ବ୍ୟତୀତ ବିମାନ ଉଡାଣକୁ ଜାରି ରଖିବା ପାଇଁ କରିବାକୁ ଆଜି କିଛି ବିମାନ ବାତିଲ କରାଯାଇଛି।
ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ଯାତ୍ରୀମାନଙ୍କୁ ଦ୍ୱିତୀୟ ବିମାନର ବିକଳ୍ପ ଦେଉଛି । ଏହା ବ୍ୟତୀତ ବିମାନ ସେବା ଏକ ସଂଶୋଧିତ ବିମାନ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ କରିଛି। ଏୟାର ଇଣ୍ଡିଆ ଏକ ବିବୃତ୍ତିରେ କହିଛି ଯେ ଆମେ ଯାତ୍ରୀମାନଙ୍କ ପାଇଁ ଗ୍ରୁପ୍ ଏୟାରଲାଇନ୍ସ ସହିତ ଅନ୍ୟ ବିମାନର ବିକଳ୍ପ ମଧ୍ୟ ପ୍ରଦାନ କରୁଛୁ । ଯାତ୍ରୀମାନେ ଯଥାଶୀଘ୍ର ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚିବାପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ । ଏହା ବ୍ୟତୀତ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଟିକେଟ୍ ଫେରସ୍ତର ବିକଳ୍ପ ମଧ୍ୟ ଦେଉଛି। ବିମାନ ବାତିଲ ହେତୁ ବିମାନବନ୍ଦରରେ ଯାତ୍ରୀଙ୍କ ଭିଡ ବଢ଼ୁଥିବାରୁ ବିମାନ ସେବା ୱେବସାଇଟରେ ଯାତ୍ରୀମାନଙ୍କୁ 'ଫ୍ଲାଇଟ୍ ସ୍ଥିତି' ଯାଞ୍ଚ କରିବାକୁ ଅନୁରୋଧ କରିଛି।
ଅଧିକ ପଢନ୍ତୁ : ସମୂହ ଛୁଟିରେ ଏୟାର ଇଣ୍ଡିଆର କର୍ମଚାରୀ : ବିମାନ ବାତିଲ