ଗୁଜୁରାଟରେ ଭୂମିକମ୍ପର ଝଟକା । ଭୟଭୀତ ହୋଇପଡିଥିଲେ ସ୍ଥାନୀୟ ବାସୀ । ଗୁଜୁରାଟର ସୌରାଷ୍ଟ୍ରର ତଲାଲା ଠାରୁ ୧୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ଝଟକାରେ ଥରି ଉଠିଥିଲା ସାରା ଅଞ୍ଚଳ । ନ୍ୟାସନାଲ ସେଣ୍ଟର ସେସମୋଲୋଜି ପକ୍ଷରୁ ଏହି ଭୁକମ୍ପର ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରହିଛି । ହଠାତ ଭୂମିକମ୍ପ ହେବାରୁ ଲୋକମାନେ ଭୟରେ ବାହାରକୁ ପଳାଇଆସିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ ।
ଅଧିକ ପଢନ୍ତୁ :ସେପ୍ଟିକ୍ ଟାଙ୍କି ସଫା କରିବା ବେଳେ ୪ ମୃତ