ଆଜି ଓଡିଶାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ରାଜ୍ୟର ୫ଟି ଲୋକସଭା ଆସନ ଏବଂ ୩୫ଟି ବିଧାନସଭା ସିଟରେ ଚାଲିଛି ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହି ପର୍ଯ୍ୟାୟ ନିର୍ବାଚନରେ ୭୯ଲକ୍ଷରୁ ଅଧିକ ମତଦାନ କରୁଛନ୍ତି। ରାଜ୍ୟର ଅନ୍ୟ ସ୍ଥାନ ଭଳି ଝାରସୁଗୁଡାରେ ମତଦାନ ଆରମ୍ଭ ହୋଇଯାଇଛି । ସହରର ବିଭିନ୍ନ ବୁଥରେ ଭୋଟରମାନେ ଠିଆ ହୋଇ ଭୋଟ ଦେବାକୁ ଅପେକ୍ଷା କରିଛନ୍ତି। ଝାରସୁଗୁଡା ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାତା ଉତ୍ସାହର ସହିତ ଭୋଟ୍ ଦେଉଛନ୍ତି। ଝାରସୁଗୁଡ଼ା ପାଇଁ ୮ ଜଣ ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ୯ ପ୍ରାର୍ଥୀ ଙ୍କ ଭାଗ୍ୟ ପରୀକ୍ଷା ହେଉଛି।
ସେହିପରି ଜିଲ୍ଲାର ୩୦୯ ବୁଥରେ ଭୋଟ ଗ୍ରହଣ ହେଉଛି। ଝାରସୁଗୁଡ଼ା ଵିଧାନସଭା କ୍ଷେତ୍ରରେ ମୋଟ ୧ ଲକ୍ଷ ୧୩ ହଜାର ୩୭୩ ଓ ବ୍ରଜରାଜନଗର ରେ ୧ ଲକ୍ଷ ୧୦ ହଜାର ୨୨୪ ଭୋଟର ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି।