ଏକ ଯାତ୍ରୀବାହି ବସ ମାଡିଯାଇ ଜଣଙ୍କର ମୃତ୍ୟୁ ଘଟିଛି । ଧଳାପଥର ଫାଣ୍ତି ଅନ୍ତର୍ଗତ କୋଦୁଅବେରେଣି ଛକ ଠାରେ ଥିବା ନିର୍ବାଚନୀ ଚେକ ପୋଷ୍ଟ ଠାରେ ଏକ ଯାତ୍ରୀବାହି ବସ୍ ମାଡି ଯାଇ ଜଣଙ୍କର ମୃତ୍ୟ ଘଟିଛି । ଭୁବନେଶ୍ବରରୁ କଳାପଥର- କଣ୍ଟିଲୋ ଯାଉଥିବା ଏକ ଯାତ୍ରୀବାହୀ ବସ୍ ମଧ୍ୟାହ୍ନରେ ଫେରୁଥିବା ବେଳେ ଧଳାପଥର ଫାଣ୍ତି ଅନ୍ତର୍ଗତ କୋଦୁଅବେରେଣି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଚଳନ୍ତା ଗାଡିରୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ଜଣକ ହେଉଛନ୍ତି ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥର ପଂଚାୟତ ମଧୁଆପଲ୍ଲୀ ପାଟଣା ଗ୍ରାମର ସୁଦର୍ଶନ ବେହେରା । ତାଙ୍କର ଦୁଇଟି ବସ ଚାଲୁଛି। ଏକ ବସରେ କଂଡ଼କ୍ଟର ନଥିଲା ବେଳେ ମାଲିକ ନିଜେ ଉକ୍ତ ଗାଡ଼ିରେ ଚଢିଥିଲେ। ନିର୍ବାଚନ ପାଇଁ ବିଭିନ୍ନ ଛକରେ ଚେକ ପୋଷ୍ଟ ହୋଇଥିବା ବେଳେ ବସର ଆଗରେ କଳାପଥର ଅଭିମୁଖେ ଯାଉଥିବା କାର ଡ୍ରାଇଭର ହଠାତ ବ୍ରେକ ଦେଇଥିଲେ। ବସର ଡ୍ରାଇଭର କାରକୁ ଦେଖି ତୁରନ୍ତ ବସକୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ମାଲିକ ଜଣଙ୍କ ଭରସାମ୍ୟ ହରାଇ ଖସିପଡିବାରୁ ପଛ ଚକା ପେଟ ଉପରେ ଚଢି ଯାଇଥିଲା।
ଅଧିକା ପଢନ୍ତୁ :ମତଦାନ ପାଇଁ ଭୋଟରଙ୍କ ଅପେକ୍ଷା