ବରଗଡ଼: ମଧ୍ୟ ପ୍ରଦେଶ ଇନ୍ଦୋରରୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ଏକ ତୀର୍ଥଯାତ୍ରୀଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ବରଗଡ଼ ଜିଲ୍ଲା ସୋହେଲା ମଧୁପୁର ଅଞ୍ଚଳରେ କାର୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦେବେନ୍ଦ୍ର ଗିରି (୬୧)ଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କର ପରିବାର ଅନ୍ୟ ୬ ଜଣ ଆହତ ହୋଇଛନ୍ତି।
ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୋହେଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅନ୍ୟ ୩ ଜଣଙ୍କୁ ବରଗଡ଼ ବିକାଶ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଉଛି। ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କ ମଧ୍ୟରେ ଦେବେନ୍ଦ୍ର ଗିରି (୬୧), ଗାୟତ୍ରୀ ଗିରି (୫୨), ମିଟେଶ ଗିରି (୩୧), ଖୁସି ଗୋସ୍ୱାମୀ (୨୫), ସମେରା ପାଟିଦାର (୭), ପୂଜା ଗୋସ୍ୱାମୀ (୨୧) ଏବଂ ଗ୍ରିଶିକ୍ସ ଗିରି (୧) ଥିବା ଜଣାପଡ଼ିଛି।